କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ପାରିବାରିକ ଅଦାଲତରେ ହାଜର ହେଲେ ଅଭିନେତ୍ରୀ ବର୍ଷା

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ପାରିବାରିକ ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବର୍ଷା ହାଜର ହୋଇଛନ୍ତି। ପାରିବାରିକ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ।

ପୂର୍ବରୁ ସେପ୍ଟେମ୍ବର ୧୫ ତାରିଖରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଚାମ୍ବରରେ ବିଚାରପତିଙ୍କ ନିକଟରେ ଉପସ୍ଥିତ ରହି ଅନୁଭବ ଓ ବର୍ଷା ବ୍ୟକ୍ତିଗତ ଭାବେ ନିଜ ନିଜର ମତ ରଖିଥିଲେ।

ଦୀର୍ଘ ସମୟ ଧରି ଉଭୟ ବିଚାରପତିଙ୍କ ଚାମ୍ବରରେ ରହିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିବା ବେଳେ ଫଳାଫଳ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ, ଅନୁଭବଙ୍କ ତରଫରୁ ଦାୟର ଛାଡ଼ପତ୍ର ଆବେଦନ ଓ ଦାମ୍ପତ୍ୟଜୀବନ ସୁରକ୍ଷିତ ରଖିବା ପ୍ରସଂଗକୁ ନେଇ ବର୍ଷା ରୁଜୁ କରିଥିବା ଆବେଦନର କଟକ ପରିବାର ଅଦାଲତରେ ଶୁଣାଣି ଚାଲିଛି। ଏହି ମାମଲାରେ ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆଗକୁ ହେବ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର