ବରୁଣ-ଆଲିଆଙ୍କ ସହ ସମକକ୍ଷ ନୁହନ୍ତି ଟାଇଗର୍‌ – ଦିଶା ଯୋଡି

ମୁମ୍ବାଇ:ବଲିଉଡର ଏବେ ଲୋକପ୍ରିୟ ନାୟକ –ନାୟିକା ଯୋଡି ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ହେଲେ ଏହି ଯୋଡିର କେବଳ ଗୋଟିଏ ସିନେମା ‘ବାଗୀ-୨ ସୁପରହିଟ ହୋଇଛି। ଆଉ ଦୁଇଟି ସିନେମାରେ ସଫଳତା ନ ମିଳିବା ଯାଏଁ ସୁପରହିଟ୍‌ ଯୋଡିର ମାନ୍ୟତା ମିଳିବ ନାହିଁ।

କିନ୍ତୁ ବରୁଣ ଧଓ୍ଵନଏବଂ ହଟ୍‌ ନାୟିକା ଆଲିଆ ଭଟ୍ଟଙ୍କର ଯୋଡିକୁ ବଲିଉଡରେ ଏକ ହିଟ୍‌ ଯୋଡିର ମାନ୍ୟତା ମିଳିଛି । ଏହାର କାରଣ ହେଲା ଏହି ହିଟ୍‌ ଯୋଡିର ପ୍ରତିଟି ସିନେମା ସୁପରହିଟ୍‌ ହୋଇଛି । ଏ ଦୁହେଁ କରଣ ଜୋହରଙ୍କ ସୁପରହିଟ୍‌ ଛବି ଦି ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ତାପରେ ଏହି ଯୋଡି ପୁଣି ନଜର ଆସିଥିଲେ ଅନ୍ୟ ଏକ ହିଟ୍‌ ଫିଲ୍ମ ହମ୍ପଟି ଶର୍ମାକି ଦୁଲହନିଆରେ ।

photo-navbharattimes

ଏହି ଯୋଡିଙ୍କର ତୃତୀୟ ସିନେମା ‘ବଦ୍ରିନାଥ୍‌ କି ଦୁଲହନିଆ’ ମଧ୍ୟ ବକ୍ସ୍‍ ଅଫିସ୍‌ରେ ଧମାକା କରିଥିଲା ।ଏଦୃଷ୍ଟିରୁ ବରୁଣ ଧଓ୍ଵନଏବଂ ହଟ୍‌ ନାୟିକା ଆଲିଆ ଭଟ୍ଟଙ୍କର ଯୋଡି ବଲିଉଡରେ ହାଟ୍ରିକ୍‌ କରିଛନ୍ତି। କାରଣ ଗତ କିଛି ବର୍ଷଭିତରେ ଏମିତି କୌଣସି ଯୋଡି ପରଦାକୁ ଆସି ନାହାନ୍ତି ଯେଉଁମାନେ ଲଗାତାର ତିନିଟି ବ୍ଲକ୍‌ ବଷ୍ଟର୍‌ ମୁଭି ଦେଇଛନ୍ତି । ଏଦୁହିଁଙ୍କର ଅନ୍‌ ସ୍କ୍ରିନ୍‌ ରୋମାନସ୍‌ ରିଲ୍‌ କମ୍‌ ଅଧିକ ରିଅଲ୍‌ ଲାଗେ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି ।

ସମ୍ବନ୍ଧିତ ଖବର