ଜଣେ ନବାଗତାଙ୍କ ପ୍ରଶଂସା କରୁଛନ୍ତି ବରୁଣ ଧଓ୍ଵନ , ଜାଣନ୍ତୁ କାହିଁକି

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍‌ ସରକାରଙ୍କ ନୂଆ ସିନେମା‘ଅକ୍ଟୋବର୍‌’ରେ ବରୁଣ ଧଓ୍ଵନ ନାୟକ ଭୂମିକାରେ ଥିବା ବେଳେ ନବାଗତା ବନିତା ସନ୍ଧୁ ଏଥିରେ ନାୟିକା ଅଛନ୍ତି । ବରୁଣ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି।

photo-inuth.com

ସେ ତାଙ୍କର ନୂଆ ନାୟିକା ବନିତା ସନ୍ଧୁଙ୍କ ପ୍ରଶଂସା କରିବାରେ ଥକୁ ନାହାନ୍ତି। ବରୁଣ କହିଛନ୍ତି ଯେ ସେ ଇଂଲାଣ୍ଡରେ ରହନ୍ତି। ପୂର୍ବରୁ ସୁଜିତ ସରକାର ବନିତାଙ୍କୁ ଏକ ଆଡ୍‌ ଫିଲ୍ମରେ ନେଇଥିଲେ । ସେତେବେଳେ ହିଁ ସୁଜିତ ବନିତା ସନ୍ଧୁଙ୍କୁ ଆଖିରେ ରଖି କାହାଣୀ ପ୍ରସ୍ତୁତ କରିଥିଲେ ଏବଂ ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ହେତୁ ଫ୍ରେସ୍‌ ମୁହ ନେବାକୁ ଚାହିଁଲେ ବୋଲି ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜରୁ ଏକ ଲେଖା ପଢ଼ିବା ପରେ‘ଅକ୍ଟୋବର୍‌’ର କାହାଣୀ ନିର୍ଦ୍ଦେଶକ ସୁଜିତ୍‌ ସରକାର ଙ୍କ ମନକୁ ଆସିଥିଲା।

ଖାଲି ସେତିକି ନୁହେଁ କିଛି ଦିନତଳେ ବରୁଣ ଧଓ୍ଵନ ସୋସିଆଲ ମିଡିଆରେ ଜଣାଇଥିଲେ ଯେ ତାଙ୍କ ଅଭିନୀତ ‘ଅକ୍ଟୋବର୍‌’ ଆଗାମୀ ବର୍ଷ ଜୁନ ମାସରେ ରିଲିଜ୍‌ ହେବ । ହେଲେ ଏବେ ପୁଣି ସେ ତାଙ୍କର ଏହି ସିନେମା ଜୁନ୍‌ ନୁହେଁ ବରଂ ଆସନ୍ତା ବର୍ଷ ଏପ୍ରିଲ ୧୩ ତାରିଖରେ ପରଦାକୁ ଆସିବ।ଏଠାରେ ସୂଚନାଯୋଗ୍ୟ କି ବରୁଣ ଧଓ୍ଵନଙ୍କ ଅଭିନୀତ ତଥା ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଦୁଇଟି ସିନେମା ‘ବଦ୍ରିନାଥକି ଦୁଲହନିଆ’ ଏବଂ ‘ ଜୁଡଓ୍ଵା-୨’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି।

ସମ୍ବନ୍ଧିତ ଖବର

Comments are closed.