ବହୁ ଦିନର ପ୍ରେମିକା ସହ ଚଳିତ ବର୍ଷ ବିବାହ କରିପାରନ୍ତି ବରୁଣ ଧଓ୍ଵନ !

ମୁମ୍ବାଇ: ଚଳିତ ବଷ ର୍ ବହୁ ବଲିଉଡ୍‌ କଳାକାର ଏକରୁ ଦୁଇ ହୋଇଛନ୍ତି ଅର୍ଥାତ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋନମ- ଆନନ୍ଦ, ନେହା- ଅଙ୍ଗଦ ଏବଂ ହିମେଶ -ସୋନିଆ ପରେ ଦିପିକା- ରଣବୀର ମଧ୍ୟ ନଭେମ୍ବର ୧୯ ତାରିଖରେ ବିବାହ କରିବା ନେଇ ଖବର ଜୋର ଧରିଛି। ବର୍ତ୍ତମାନ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ବଲିଉଡ୍‌ର ଚକଲେଟ୍‌ ଅଭିନେତା ବରୁଣ ଧଓ୍ଵନ ଏବଂ ତାଙ୍କର ବହୁ ଦିନର ପ୍ରେମିକା ନତାଶା । ତେବେ ଏହା ବିଷୟରେ ଆଧିକାରୀକ ଭାବେ କିଛି ସୂଚନା ମିଳିନାହି ।

India.com

ମିଡ଼ିଆ ରିପୋର୍ଟ ଅନୁଯାୟୀ , ବରୁଣଙ୍କ ପରିବାର ସମୟ ନତାଶାଙ୍କ ବହୁ ସମୟ ଅତିବାହିତ କରୁଛନ୍ତି । ଏପରିକି ବରୁଣ ବତ୍ତର୍ମାନ ତାଙ୍କ ପିତାଙ୍କ ଘର ଛାଡ଼ି ନତାଶାଙ୍କ ସହ ଅଲଗା ଏକ ଘରେ ରହୁଛନ୍ତି । ନତାଶାଙ୍କୁ ଗତ ଓ୍ଵିକେଣ୍ଡରେ ବରୁଣଙ୍କ ବଡ଼ ଭାଇ ରୋହିତ ଧଓ୍ଵନ ଏବଂ ତାଙ୍କ ପତ୍ନୀ ଜାହ୍ନଭୀଙ୍କ ସହିତ ରେସ୍ତୋରାଁରେ ଦେଖିବାକୁ ମିଳିଥିଲା । ଦୁଇ ପ୍ରେମୀଜୁଗଳକୁ ସୋନମଙ୍କ ବାହାଘର ରିସେପ୍‌ସନ୍‌ରେ ହାତରେ ହାତ ଧରି ବୁଲିଥିବାର ଦେଖିବାକୁ ମିଳିଥିଲା । ଅନେକ ବିଶେଷସୂତ୍ରରୁ ଜଣାପଡ଼ିଛି ଚଳିତ ବଷ ର୍ ଶେଷ ସୁଧା ବଲିଉଡ୍‌ର ଚକୋଲେଟ୍‌ ହିରୋ ବିବାହ ବନ୍ଧନରେ ଆବନ୍ଧ ହୋଇ ପାରନ୍ତି ।

ସମ୍ବନ୍ଧିତ ଖବର