ଦର୍ଶକ, ଚଳଚ୍ଚିତ୍ର ନିର୍ମାତାମାନଙ୍କଠାରୁ ଅଧିକ ସ୍ମାର୍ଟ। ଏଣୁ ଏକ ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ନିର୍ମାତାଙ୍କୁ ଅଧିକ ଯତ୍ନଶୀଳ ଓ ଶ୍ରେଷ୍ଠ ତଥା କିଛି ନିଆରା ବିଷୟବସ୍ତୁ ବାଛିବା ଉଚିତ୍। ଏକ ସାକ୍ଷାତକାରରେ ଯୋଗ ଦେଇ ଏହା କହିଛନ୍ତି ବଲିଉଡ୍ ଚାର୍ମ ବରୁଣ ଧାୱନ୍। ଆଜିକାଲିର ଦର୍ଶକଙ୍କ ପାଖରେ ଗୋଟିଏ କ୍ଲିକ୍ରେ ବଲିଉଡ୍ଠାରୁ ଆରମ୍ଭ କରି ହଲିଉଡ୍ ଓ ଅନ୍ୟଭାଷା ଭାଷୀର ଏକ ବିରାଟ ଚଳଚ୍ଚିତ୍ର ଭଣ୍ଡାର ରହିଛି। ଏଭଳି ଏକ ବିରାଟ ସ୍ତରରେ ପ୍ରତିଯୋଗିତାରେ ନିଜେ ତିଷ୍ଠିବା ପାଇଁ ଆମକୁ ସେମାନଙ୍କୁ ଆକର୍ଷିତ କଲା ଭଳି ବିଷୟବସ୍ତୁ ନେଇ ଆସିବାକୁ ପଡ଼ିବ ବୋଲି ବରୁଣ କହିଥିଲେ। ଏପରିକି ୯୦ ଦଶକରେ ମୋ ବାପା ଡାଭିଡ୍ ଧାୱନ ଚଳଚ୍ଚିତ୍ର କଲାବେଳେ ବି ଏଥିପ୍ରତି ବେଶ୍ ଧ୍ୟାନ ଦେଉଥିଲେ ବୋଲି ସାକ୍ଷାତକାରରେ ବରୁଣ କରିଛନ୍ତି।
ନିର୍ମାତାଙ୍କଠାରୁ ଅଧିକ ଚତୁର ହେଉଛନ୍ତି ଦର୍ଶକ: ବରୁଣ ଧାବନ
/sambad/media/post_attachments/wp-content/uploads/2020/01/varun.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)