ବରୁଣ ଧଓ୍ଵନ୍‌ ୭ ଦିନ ଧରି ଅନିଦ୍ରା ରହିବେ ,ଜାଣନ୍ତୁ କାହିଁକି ?

ଭୁବନେଶ୍ୱର:ବଲିଉଡର ଜଣାଶୁଣା ନାୟକ ବରୁଣ ଧଓ୍ଵନ୍‌ ଏବେ ୭ ଦିନ ଧରି ଅନିଦ୍ରା ରହିବେ ! ଏ କଥା ଶୁଣି ଆପଣ ବିସ୍ମିତ ହେଉଥିବେ ନିଶ୍ଚୟ ।ହେଲେ ଏହା ସତ। ଜାଣିବାକୁ ଚାହୁଁଛନ୍ତି କାରଣ କ’ଣ ? ପ୍ରକୃତ କଥା ହେଲା ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍‌ ସରକାର ଏବେଏକ ସିନେମା ନିର୍ମାଣ କରିଛନ୍ତି। ଏହାର ଟାଇଟଲ ରହିଛି ‘ଅକ୍ଟୋବର୍‌’। ଏହି ସିନେମାରେ ସେ ବରୁଣ ଧଓ୍ଵନଙ୍କୁ ନାୟକ ଭୂମିକାରେ ନେଇଥିବା ବେଳେ ନବାଗତା ବନିତା ସନ୍ଧୁ ଏଥିରେ ନାୟିକା ବନିଥିବା ଜଣାଯାଇଛି। ଏହି ସିନେମାରେ କେତେକ ସିନରେ ବରୁଣ ଭଲ ଅଭିନୟ କରିଥିବା ଲକ୍ଷ୍ୟ କଲେ ନିର୍ଦ୍ଦେଶକ ସୁଜିତ୍‌ ସରକାର । ଏଣୁ ସେ ଏହାର ରିସୁଟ୍‌ କରିବାର ନିଷ୍ପତ୍ତି ନେଲେସୁଜିତ୍‌ ସରକାର । ଏଣୁ ବରୁଣ ଆଗାମୀ ୭ ଦିନଯାଏଁ ଶୋଇବେ ନାହିଁ ବା ମାତ୍ର ୨ଘଣ୍ଟା ଶୋଇବେ ।

 

ସେ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି। ଖାଲି ସେତିକି ନୁହେଁ କିଛି ଦିନତଳେ ବରୁଣ ଧଓ୍ଵନ ସୋସିଆଲ ମିଡିଆରେ ଜଣାଇଥିଲେ ଯେ ତାଙ୍କ ଅଭିନୀତ ‘ଅକ୍ଟୋବର୍‌’ ଆଗାମୀ ବର୍ଷ ଜୁନ ମାସରେ ରିଲିଜ୍‌ ହେବ । ହେଲେ ଏବେ ପୁଣି ସେ ତାଙ୍କର ଏହି ସିନେମା ଜୁନ୍‌ ନୁହେଁ ବରଂ ଆସନ୍ତା ବର୍ଷ ଏପ୍ରିଲ ୧୩ ତାରିଖରେ ପରଦାକୁ ଆସିବ।

photo-indianexpress

ସେ ତାଙ୍କର ନୂଆ ନାୟିକା ବନିତା ସନ୍ଧୁଙ୍କ ପ୍ରଶଂସା କରିବାରେ ଥକୁ ନାହାନ୍ତି। ବରୁଣ କହିଛନ୍ତି ଯେ ସେ ଇଂଲାଣ୍ଡରେ ରହନ୍ତି। ପୂର୍ବରୁ ସୁଜିତ ସରକାର ବନିତାଙ୍କୁ ଏକ ଆଡ୍‌ ଫିଲ୍ମରେ ନେଇଥିଲେ । ସେତେବେଳେ ହିଁ ସୁଜିତ ବନିତା ସନ୍ଧୁଙ୍କୁ ଆଖିରେ ରଖି କାହାଣୀ ପ୍ରସ୍ତୁତ କରିଥିଲେ ଏବଂ ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ହେତୁ ଫ୍ରେସ୍‌ ମୁହ ନେବାକୁ ଚାହିଁଲେ ବୋଲି ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜରୁ ଏକ ଲେଖା ପଢ଼ିବା ପରେ‘ଅକ୍ଟୋବର୍‌’ର କାହାଣୀ ନିର୍ଦ୍ଦେଶକ ସୁଜିତ୍‌ ସରକାର ଙ୍କ ମନକୁ ଆସିଥିଲା। ଏଠାରେ ସୂଚନାଯୋଗ୍ୟ କି ବରୁଣ ଧଓ୍ଵନଙ୍କ ଅଭିନୀତ ତଥା ଗତ ବର୍ଷ ରିଲିଜ୍‌ ହୋଇଥିବା ଦୁଇଟି ସିନେମା ‘ବଦ୍ରିନାଥକି ଦୁଲହନିଆ’ ଏବଂ ‘ ଜୁଡଓ୍ଵା-୨’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି।

ସମ୍ବନ୍ଧିତ ଖବର