ପ୍ରିୟଙ୍କା-ନିକ୍‌ଙ୍କ ପରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ବରୁଣ ଧଓ୍ଵନ,ବିବାହ ପ୍ରଶ୍ନ ପଚରାଯିବା ପରେ ଦେଲେ ଏହି ଉତ୍ତର

ମୁମ୍ବାଇ : ଆଜି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ କଣ୍ଠଶିଳ୍ପୀ ନିକ୍‌ଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି । ପ୍ରିୟଙ୍କାଙ୍କୁ ଦେଶୀ ଅବତାରରେ ଥିବାର ଦେଖାଯାଇଥିବା ବେଳେ ଦୁଇ ଜଣଙ୍କର ନିର୍ବନ୍ଧ ପୂଜା ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିିଆରେ ଭାଇରାଲ ହୋଇଛି । ଦୁଇ ଜଣଙ୍କ ନିର୍ବନ୍ଧ ପାଇଁ ସେମାନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିବା ବେଳେ ଏବେ ଆଉ ଜଣେ କଳାକାର ନିଜ ପ୍ରେମିକାଙ୍କ ସହିତ ନିର୍ବନ୍ଧ କରିବାକୁ ଯାଉଥିବା ଜଣାପଡ଼ିଛି ।

India Today

ପ୍ରିୟଙ୍କା-ନିକ୍‌ ଏବଂ ଦୀପିକା-ରଣବୀରଙ୍କ ବିବାହ ଖବର ଆସି ସାରିଥିବା ବେଳେ ଏବେ ଅଭିନେତା ବରୁଣ ଧଓ୍ଵନ ମଧ୍ୟ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ବରୁଣ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିବେ ବୋଲି ଗ୍ରିନ୍‌ ସିଗ୍‌ନାଲ ଦେଇଥିବା ଜଣା ପଡ଼ିଛି । ଅନେକ ବର୍ଷ ପୂର୍ବରୁ ବରୁଣ ନତାଶାଙ୍କୁ ଡ଼େଟ୍‌ କରି ଆସୁଥିବା ସହ ଏବେ ସେ ନିଜ ସଂପର୍କକୁ ବିବାହର ରୁପ ଦେବାକୁ ଯାଉଛନ୍ତି । ଏକ ସାକ୍ଷାତକାରରେ ବରୁଣଙ୍କୁ ବିବାହ ବିଷୟରେ ପଚରାଯାଇଥିବା ବେଳେ ବରୁଣ ବହୁତ ସମୟ ଅଛି ବୋଲି କହିଥିଲେ । କିଛି ସମୟ ତ ଅଛି କିନ୍ତୁ ଆପଣମାନଙ୍କୁ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ବରୁଣ କହିଥିଲେ । ବରୁଣଙ୍କଠାରୁ ଏହି କଥା ଶୁଣିବା ପରେ ବରୁଣ ମଧ୍ୟ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର