ଏହି ସିନେମାପାଇଁ ନିଜର ଅଧା ପାରିଶ୍ରମିକ ଛାଡିଛନ୍ତି ବରୁଣ ଧଓ୍ଵନ୍‌ !

0

ମୁମ୍ବାଇ: ବଲିଉଡର ହାର୍ଟଥ୍ରୋବ୍‌ ବରୁଣ ଧଓ୍ଵନ ଗୋଟିଏ ସିନେମାରେ କାମ କରିବା ଲାଗି ୨୫ କୋଟି ଡିମାଣ୍ଡ କରୁଛନ୍ତି,ଆଉ କିଛି ପ୍ରଯୋଜକ ତାହା ଦେବାକୁ ବି ରାଜି ହେଉଛନ୍ତି। କିନ୍ତୁ ସେ ତାଙ୍କର ଏକ ଅପକମିଂ ମୁଭି ଲାଗି ନିଜର ପ୍ରାଇସ୍‌ ଅଧା କରିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ହଁ ଯେଉଁ ସିନେମା କ୍ଷେତ୍ରରେ ଏଭଳି ଘଟିଛି ଏହାର ଟାଇଟଲ ରହିଛି ‘ଅକ୍ଟୋବର୍‌’। ଏହି ସିନେମାରେ ସେ ବରୁଣ ଧଓ୍ଵନ ନାୟକ ଭୂମିକାରେ ଥିବା ବେଳେ ନବାଗତା ବନିତା ସନ୍ଧୁ ଏଥିରେ ନାୟିକା ବନିଥିବା ଜଣାଯାଇଛି। ବରୁଣ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି।‘ଅକ୍ଟୋବର୍‌’ର କାହାଣୀ ତାଙ୍କୁ ବହୁତ ଭଲ ଲାଗିଥିଲା । ଏଣୁ ନିଜର ପାରିଶ୍ରମିକରେ ବୁଝାମଣା କରିବାକୁ ରାଜି ହେଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜରୁ ଏକ ଲେଖା ପଢ଼ିବା ପରେ‘ଅକ୍ଟୋବର୍‌’ର କାହାଣୀ ନିର୍ଦ୍ଦେଶକ ସୁଜିତ୍‌ ସରକାରଙ୍କ ମନକୁ ଆସିଥିଲା।ଖାଲି ସେତିକି ନୁହେଁ କିଛି ଦିନତଳେ ବରୁଣ ଧଓ୍ଵନ ସୋସିଆଲ ମିଡିଆରେ ଜଣାଇଥିଲେ ଯେ ତାଙ୍କ ଅଭିନୀତ ‘ଅକ୍ଟୋବର୍‌’ ଆଗାମୀ ବର୍ଷ ଜୁନ ମାସରେ ରିଲିଜ୍‌ ହେବ । ହେଲେ ଏବେ ପୁଣି ସେ ତାଙ୍କର ଏହି ସିନେମା ଜୁନ୍‌ ନୁହେଁ ବରଂ ଆସନ୍ତା ବର୍ଷ ଏପ୍ରିଲ ୧୩ ତାରିଖରେ ପରଦାକୁ ଆସିବ।

photo-indianexpress

ସେ ତାଙ୍କର ନୂଆ ନାୟିକା ବନିତା ସନ୍ଧୁଙ୍କ ପ୍ରଶଂସା କରିବାରେ ଥକୁ ନାହାନ୍ତି। ବରୁଣ କହିଛନ୍ତି ଯେ ସେ ଇଂଲାଣ୍ଡରେ ରହନ୍ତି। ପୂର୍ବରୁ ସୁଜିତ ସରକାର ବନିତାଙ୍କୁ ଏକ ଆଡ୍‌ ଫିଲ୍ମରେ ନେଇଥିଲେ । ସେତେବେଳେ ହିଁ ସୁଜିତ ବନିତା ସନ୍ଧୁଙ୍କୁ ଆଖିରେ ରଖି କାହାଣୀ ପ୍ରସ୍ତୁତ କରିଥିଲେ ଏବଂ ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ହେତୁ ଫ୍ରେସ୍‌ ମୁହ ନେବାକୁ ଚାହିଁଲେ ବୋଲି ମଧ୍ୟ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ କି ବରୁଣ ଧଓ୍ଵନଙ୍କ ଅଭିନୀତ ତଥା ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଦୁଇଟି ସିନେମା ‘ବଦ୍ରିନାଥକି ଦୁଲହନିଆ’ ଏବଂ ‘ ଜୁଡଓ୍ଵା-୨’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.