ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହିରୋ ବରୁଣ ଧଓ୍ଵନ ଙ୍କ ଲାଟେଷ୍ଟ ସିନେମା ‘ଜୁଡଓ୍ଵା-୨’ ଏବେ ବକ୍ସଅଫିସରେ ଧମାଲ୍ କରୁଥିବା ଜଣାଯାଇଛି। ଏହି ଫିଲ୍ମ ଆଡଭାନସ ବୁକିଂରେ ଏ ବର୍ଷର ପଞ୍ଚମ ବିଗେଷ୍ଟ ମୁଭି ପରିଗଣିତ ହୋଇଛି। କୁହାଯାଉଛି ‘ଜୁଡଓ୍ଵା-୨’ ରିଲିଜ୍ ହେବା ଆଗରୁ ୮ କୋଟ ଟଙ୍କାର ଅଗ୍ରୀମ କାରବାର କରିଥିଲା। ଏଦୃଷ୍ଟିରୁ ବରୁଣ ଙ୍କୁ ବକ୍ସଅଫିସରେ ସଫଳତାର ଗ୍ୟାରେଣ୍ଟି ବୋଲି କୁହାଯାଇପାରେ,କାରଣ ତାଙ୍କ ଅଭିନୀତ ଅଧିକାଂଶ ସିନେମା ସୁପରହିଟ୍ ହୋଇଛି।
ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍ ସରକାର ଏବେ ଆଉ ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ଟାଇଟଲ ରହିଛି ‘ଅକ୍ଟୋବର୍’। ଏହି ସିନେମାରେ ସେ ବରୁଣ ଧଓ୍ଵନଙ୍କୁ ନାୟକ ଭୂମିକାରେ ନେଇଥିବା ଜଣାଯାଇଛି। ବରୁଣ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି।ଏଥିରେ ତାଙ୍କ ବିପକ୍ଷରେ ନାୟିକା ବନିବେ ନବାଗତା ବନିତା ସାନ୍ଧୁ। ବନିତାଙ୍କ ସହ ତାଙ୍କର ଯୋଡି ଜମିବ ବୋଲି କହିଛନ୍ତି ବରୁଣ। ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି ସୁଜିତ କହିଛନ୍ତି। ଖବରକାଗଜରୁ ଏକ ଲେଖା ପଢ଼ିବାପରେ‘ଅକ୍ଟୋବର୍’ର କାହାଣୀ ତାଙ୍କ ମନକୁ ଆସିଥିଲା ବୋଲି ନିର୍ଦ୍ଦେଶକ ସୁଜିତ୍ ସରକାର କହିଛନ୍ତି।‘ଅକ୍ଟୋବର୍’ ପରେ ବରୁଣ ଧଓ୍ଵନ୍ ସୁଇଧାଗା ଫିଲ୍ମରେ କାମ କରିବେ।
ଏଠାରେ ସୂଚନାଯୋଗ୍ୟ କି ବରୁଣ ଧଓ୍ଵନ ସଂପ୍ରତି ଜୁଡଓ୍ଵା-୨ର ସଫଳତା ମନାଉଛନ୍ତି। ତା’ଛଡ଼ା ସେ ପରିବାର ସହିତ ସମୟ ବିତାଇବାରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ ଅନୁଷ୍କା ଶର୍ମାଙ୍କ ସହ ଏକ ନୂଆ ସିନେମା ‘ସୁଇ ଧାଗା’ରେ କାମ କରିବେ।
ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ମହାନ୍ ଭାରତୀୟ ହକି ଖେଳାଳୀ ଧ୍ୟାନ ଚାନ୍ଦଙ୍କ ଜୀବନୀ ଉପରେ ଏକ ସିନେମା ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ । ଏହି ସିନେମାରେ ସେ ବରୁଣ ଧଓ୍ଵନଙ୍କୁ ଟାଇଟଲ ରୋଲରେ ନେବେ ବୋଲି ମଧ୍ୟ ସୂଚନା ଦେଇଥିଲେ । ଏହାର ନିର୍ଦ୍ଦେଶନା ଦେବେ ରୋହିତ ବୈଦ୍ । ହେଲେ ଏହି ସିନେମାର ଯୋଜନାକୁ ସେ ଥଣ୍ଡାବାକ୍ସରେ ରଖି ଦେଇଥିଲେ । କାରଣ ନିର୍ଦ୍ଦେଶକ ରୋହିତ ବୈଦ୍ଙ୍କ ଉପରେ ତାଙ୍କର ଭରସା ନଥିଲା ।
ଏବେ ରୋହିତଙ୍କୁ ଏକ ସିନେମା ‘ମହାଯୋଦ୍ଧା ରାମ୍’ ଲାଗି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମଳୁଥିବା ଜାଣିବାପରେ କରଣ ଜୋହର ଧ୍ୟାନ ଚାନ୍ଦଙ୍କ ଜୀବନୀ ଉପରେ ସିନେମା ନିର୍ମାଣ କରିବେ ବୋଲି ପୁଣି କହିଲେଣି । ଠିକ୍ ସେହିପରି ନିର୍ଦ୍ଦେଶକ ରୋହିତ ବୈଦ୍ ମଧ୍ୟବରୁଣ ଧଓ୍ଵନଙ୍କୁ ନୂଆ ସ୍କ୍ରିପ୍ଟ ସହିତ ଆପ୍ରୋଚ୍ କରିଥିଲେ। ହେଲେ ବରୁଣ ଧଓ୍ଵନ ଧ୍ୟାନ ଚାନ୍ଦ ହେବାକୁ ରାଜି ହେଲେ ନାହିଁ ବୋଲି ଶୁଣିବାକୁ ମିଳୁଛି। ଏହାର ମୁଖ୍ୟ କାରଣ ହେଲା ଯେ ଏତେ ଶୀଘ୍ର ବରୁଣ କୌଣସି ବାୟୋପିକ୍ ସିନେମାରେ କାମ କରିବାକୁ ଚାହୁଁ ନାହାନ୍ତି। ଏଭଳି ସିନେମାରେ କାମ କଲେ ଅନେକ ପ୍ରସ୍ତୁତି ଦରକାର। ସେ ଏବେ ସୁଜିତ ସରକାରଙ୍କ ‘ଅକ୍ଟୋବର୍’ସିନେମାରେ କାମ କରୁଥିବା ହେତୁ ଧ୍ୟାନଚାନ୍ଦ ହେବାକୁ ଇଚ୍ଛୁକ ନୁହନ୍ତି ବୋଲି ଜଣାଯାଇଛି ।