ଡ଼ିସେମ୍ବରରେ ବିବାହ କରିବା ଖବରକୁ ନେଇ ଏବେ ଏଭଳି ପ୍ରତିକ୍ରିୟା ରଖିଲେ ବରୁଣ

ମୁମ୍ବାଇ : କିଛି ମସେ ତଳେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଏବଂ ତାଙ୍କ ପ୍ରେମିକା ନତାଶା ଦଲାଲ ଡିସେମ୍ବର ୨୦୧୯ରେ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦୁହେଁ ଗୋଆରେ ଡେଷ୍ଟିନେସନ େଓ୍ଵଡିଂ କରିବେ ବୋଲି ଖବର ମିଳିଥିବା ବେଳେ ଏ ନେଇ ଦୁହିଁଙ୍କ ପରିବାର ଲୋକେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ବରୁଣଙ୍କ ବୟାନ ସେ ସବୁ ଚର୍ଚ୍ଚା ଉପରେ ପାଣି ପକାଇ ଦେଇଛି । ଡିସେମ୍ବରରେ ବିବାହ କରିବା ଖବର ଉପରେ ତାଙ୍କର ପ୍ରତିକ୍ରିୟା ମଗାଯିବା ପରେ, ଏହି ଖବର କେବଳ ଏକ ଗୁଜବ । ଏଥିରେ କୌଣସି ସତ୍ୟତା ନାହିଁ । ମୁଁ ମନା କରି କରି ଥକି ଗଲାଣି । ଯେତେବେଳେ ବିବାହ କରିବି, ନିଶ୍ଚୟ ସମସ୍ତଙ୍କୁ ଜଣାଇବି ବୋଲି କହିଥିଲେ ବରୁଣ ।

timesofindia.indiatimes.com

ଅନ୍ୟ ପକ୍ଷରେ ବରୁଣଙ୍କ ବାପା ଡେଭିଡ୍‌ ଧଓ୍ଵନଙ୍କୁ ତାଙ୍କ ପ୍ରତିକ୍ରିୟା ମଗାଯିବା ପରେ, ମୁଁ ଜାଣିଛି ସମସ୍ତେ ବରୁଣଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି । ମୁଁ ବି ଅଛି । ବରୁଣ ବିବାହ କଲେ ଆମ ପରିବାର ସବୁଠାରୁ ଅଧିକ ଖୁସି ହେବ । ବିବାହ ବହୁତ ଧୁମ୍‌ ଧାମ୍‌ରେ ହେବ । ଆମେ ଅଧିକାରୀକ ଭାବେ ବିବାହର ତାରିଖ ଘୋଷଣା କରିବୁ । ଏ ନେଇ ପୂର୍ବରୁ କୌଣସି ପ୍ରକାରର ଆଲୋଚନା କରିବା ଠିକ୍‌ ନୁହେଁ ବୋଲି କହିଥିଲେ ଡେଭିଡ୍‌ ଧଓ୍ଵନ ।

ସମ୍ବନ୍ଧିତ ଖବର