ଷ୍ଟ୍ରିଟ୍‌ ଡ୍ୟାନ୍‌ସର ସୁଟିଂ ସେଟ୍‌ରେ ହଠାତ୍‌ ଅଚେତ ହୋଇଗଲେ ବରୁଣ, ରିପୋର୍ଟରେ ସାମ୍ନାକୁ ଆସିଲା ଏଭଳି କାରଣ

ମୁମ୍ବାଇ : ବରୁଣ ଧଓ୍ଵନ ଜଣେ ଷ୍ଟାର୍‌ କିଡ୍‌ ହୋଇ ମଧ୍ୟ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ସେ ଅନେକ କଷ୍ଟ କରିଛନ୍ତି । ଆଜି ସେ ନିଜ ଅଭିନୟ ଓ କାମ ପ୍ରତି ଥିବା ନିଷ୍ଠା ପାଇଁ ଦର୍ଶକଙ୍କ ପାଖରେ ପରିଚିତ ହୋଇ ପାରିଛନ୍ତି । ଏବେ ସେ ନିଜ ଆଗାମୀ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡିକୁ ନେଇ ବ୍ୟସ୍ତଥିବା ବେଳେ ସୁଟିଂ ସେଟ୍‌ରେ ଅଚେତ ହୋଇ ପଡ଼ିଥିବା ଜଣା ପଡ଼ିଛି । ବିଶ୍ରାମ ନ କରି ଦିନ ରାତି ଅଭ୍ୟାସ କରୁଥିବାରୁ ବରୁଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବା ଜଣା ପଡ଼ିଛି ।

Deccan Chronicle

ସୂଚନା ମୁତାବକ, କିଛି ଦିନ ତଳେ ବରୁଣଙ୍କୁ ଥଣ୍ଡା ଜ୍ୱର ହୋଇଥିଲେ ମଧ୍ୟ ସେ ବିଶ୍ରାମ ନ କରି ସୁଟିଂ ଶେଷ କରିବା ପାଇଁ ଅଭ୍ୟାସ ଜାରି ରଖିଥିଲେ । ଯାହା ଦ୍ୱାରା ସେ ମଙ୍ଗଳବାର ସୁଟିଂ ସମୟରେ ଅଚେତ ହୋଇ ଯାଇଥିଲେ । ଡାକ୍ତରଙ୍କୁ ଡ଼କାଯାଇ ଚିକିତ୍ସା କରାଯିବା ପରେ ରିପୋର୍ଟରେ ତାଙ୍କର ରକ୍ତଚାପ କମ ଥିବା ଜଣା ପଡ଼ିଥିଲା । ଏହା ପରେ ଡାକ୍ତର ତାଙ୍କୁ ସଂପୂର୍ଣ୍ଣ ବିଶ୍ରାମ କରିବା ପାଇଁ ଉପଦେଶ ଦେଇଥିଲେ । କିନ୍ତୁ ଗୋଟେ ଦିନ ବିଶ୍ରାମ ନେଇ ପରଦିନ ସେ ସୁଟିଂ ସେଟ୍‌କୁ ଫେରି ୧୮ଘଣ୍ଟା ସୁଟ୍‌ କରିଥିବା ଜଣା ପଡ଼ିଛି । ତାଙ୍କ ପାଇଁ ସୁଟିଂରେ ବିଳମ୍ବ ହୋଇଥିବାରୁ ସେ ଏଭଳି କରିଥିବା ଜଣା ପଡ଼ିଛି ।

 

ସମ୍ବନ୍ଧିତ ଖବର