ଏନ୍‌ଗେଜମେଣ୍ଟକୁ ଘୁଞ୍ଚାଇ ଦେଲେ ବରୁଣ ଧଓ୍ଵନ!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ବରୁଣ ଧଓ୍ଵନ ନିଜର ଜନ୍ମଦିନ ଅର୍ଥାତ୍‌ ଏପ୍ରିଲ ୨୪ ତାରିଖ ଏନ୍‌ଗେଜମେଣ୍ଟ୍‌ କରିବେ ବୋଲି ଚର୍ଚ୍ଚା ହେଉଥିଲା।ସେ ବେଶ୍‌ କିଛି ସମୟ ଧରି ନିଜର ଗାର୍ଲଫ୍ରେଣ୍ଡ୍‌ ନତାଶା ଦଲାଲଙ୍କ ସହ ପ୍ରେମ ସଂପର୍କରେ ରହିଛନ୍ତି। ବରୁଣ ନତାଶାଙ୍କୁ ବିବାହ କରିବେ ବୋଲି ବହୁ ଆଗରୁ ସୂଚନା ଦେଇ ସାରିଛନ୍ତି।

photo–bollywoodshaadis.com

ବରୁଣ ଧଓ୍ଵନ୍‌ କିନ୍ତୁ ନିଜର ଏନ୍‌ଗେଜମେଣ୍ଟକୁ ଘୁଞ୍ଚାଇ ଦେଇଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ବରୁଣ ଏବେ ନିଜର ପ୍ରେମ ସଂପର୍କ ବା ବିବାହ ଅପେକ୍ଷା କ୍ୟାରିଅର୍‌ ପ୍ରତି ଅଧିକ ଧ୍ୟାନ ଦେବେ।ଏହି କାରଣରୁ ବରୁଣ ଧଓ୍ଵନ୍‌ ନିଜର ଏନଗେଜମେଣ୍ଟକୁ ଆଉ କିଛି ସମୟ ପାଇଁ ଟାଳି ଦେଇଛନ୍ତି। ଏବେ ବରୁଣ ଧଓ୍ଵନ୍‌ ପିତା ଡେଭିଡ ଧଓ୍ଵନଙ୍କ ନିର୍ଦ୍ଦେଶନାରେ ‘କୁଲି ନଂ-୧’ର ରିମେକ୍‌ରେ କାମ କରୁଛନ୍ତି। ଏହି ଫିଲ୍ମରେ ବରୁଣ ପ୍ରଥମ ଥର ପାଇଁ ସାରା ଅଲ୍ଲୀ ଖାନ୍‌ଙ୍କ ବିପକ୍ଷରେ ନଜର ଆସିବେ।ଏଣେ ଶୁଣିବାକୁ ମିଳୁଛି ଯେ ଏନ୍‌ଗେଜମେଣ୍ଟକୁ ନେଇ ଉତ୍ସାହିତ ଥିବା ପ୍ରେମିକା ନତାଶା ଦଲାଲ୍‌ ନିଜ ସାଙ୍ଗମାନଙ୍କ ସହିତ ଏବେ ବିଦେଶରେ ସମୟ ବିତାଉଛନ୍ତି।

ସମ୍ବନ୍ଧିତ ଖବର