ଏଯାଏଁ ଗୋଟିଏ ବି ଫ୍ଲପ୍‌ ଦେଇ ନାହାନ୍ତି ଏହି ସୁପରଷ୍ଟାର୍‌

ମୁମ୍ବାଇ: ବରୁଣ ଧଓ୍ଵନ୍‌ ହେଉଛନ୍ତି ଏବେକାର ବଲିଉଡର ସବୁଠୁଁ ସଫଳ ନାୟକ । ତାଙ୍କ ଅଭିନୀତ ଲାଟେଷ୍ଟ ଫିଲ୍ମ‘ସୁଇ ଧାଗା’ ପ୍ରଥମ ସପ୍ତାହରେ ସାରା ବିଶ୍ୱରେ ଶହେ କୋଟି କ୍ଲବରେ ସାମିଲ୍‌ ହୋଇଛି।ହେଲେ ଆପଣ ଜାଣନ୍ତି ତାଙ୍କ ଅଭିନୀତ ସବୁ ସିନେମା ହିଟ୍‌ ହୋଇଛି। ସେ ଏଯାଏଁ ଗୋଟିଏ ବି ଫ୍ଲପ୍‌ ଦେଇ ନାହାନ୍ତି।ବରୁଣ ଧଓ୍ଵନଙ୍କ ପ୍ରଥମ ସିନେମା ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ସୁପରହିଟ୍‌ ହୋଇଥିଲା। ତାଙ୍କ ଦ୍ୱିତୀୟ ସିନେମା ‘ମେଁ ତେରା ହିରୋ ବି ହିଟ୍‌ ହୋଇଥିଲା। ବରୁଣ ଧଓ୍ଵନ୍‌ଙ୍କ ତୃତୀୟ ସିନେମା ‘ହଂପ୍‌ଟି ଶର୍ମା କି ଦୁଲହନିଆ’୭୮ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ତାଲିକାମୁକ୍ତ ହୋଇଥିଲା। ଏଥିରେ ଆଲିଆ ଭଟ୍ଟ ଥିଲେ ତାଙ୍କର ନାୟିକା।
ବଲିଉଡର ହାର୍ଟଥ୍ରୋବ୍‌ ବରୁଣ ଧଓ୍ଵନ୍‌ଙ୍କର ପ୍ରଥମ ସିରିଅସ୍‌ ଫିଲ୍ମ ହେଲା‘ବଦ୍‌ଲାପୁର’।ଏହା ୫୩ କୋଟି ଟଙ୍କାର ବ୍ୟବସାୟ କରିଥିଲା। ବଦ୍‌ଲାପୁରରେ ୟାମି ଗୌତମ୍‌ ବି ଥିଲେ। ଏହା ହିଟ୍‌ ଘୋଷିତ ହୋଇଥିଲା।
ବଲିଉଡର ଲୋକପ୍ରିୟ ନାୟକ ବରୁଣ ଧଓ୍ଵନ୍‌ଙ୍କ କ୍ୟାରିଅର୍‌ର ସର୍ବପ୍ରଥମ ଶହେ କୋଟିଆ ସିନେମା ହେଲା ‘ଏବିସିଡି-୨’। ଏହା ୧୦୭ କୋଟି ଟଙ୍କାର କଲେକସନ୍‌ କରିଥିଲା। ଏହା ବିି ବରୁଣଙ୍କ କ୍ୟାରିଅରର ପ୍ରଥମ ସୁପରହିଟ୍‌ ସିନେମା।
ବରୁଣ ଧଓ୍ଵନଙ୍କ ‘ଦିଲ୍‌ଓ୍ଵାଲେ’ରେ ଶାହରୁଖ୍‌ ଖାନ୍‌ ,କାଜୋଲ୍‌ ଓ କ୍ରିତି ସନନ୍‌ ବି ଥିଲେ।ଏହା ୧୪୮ କୋଟିର ଆୟ କରି ଆଭରେଜ୍‌ ତାଲିକାଭୁକ୍ତ ହୋଇଥିଲା।
ବରୁଣ ଧଓ୍ଵନଙ୍କର ଆଉ ଏକ ହିଟ୍‌ ସିନେମା ‘ଢିସୁମ୍‌’୭୦ କୋଟି ଟଙ୍କାର କଲେକସନ୍‌ କରିଥିଲା।


ବରୁଣ ଧଓ୍ଵନ୍‌ ଷ୍ଟାରର୍‌ ‘ବଦ୍ରିନାଥ କି ଦୁଲହନିଆ’ସୁପରହିଟ୍‌ ହୋଇଥିଲା। ଏହା ୧୧୬ କୋଟି ଟଙ୍କାର ବ୍ୟବସାୟ କରିଥିଲା।
ତାଙ୍କ ଅଭିନୀତ ଜୁଡ୍‌ଓ୍ଵା-୨ ୧୩୮ କୋଟି ଟଙ୍କାର ଆୟ କରି ସୁପରହିଟ୍‌ ହୋଇଥିଲା ।
ବରୁଣଙ୍କ ପୂର୍ବ ସିନେମା ‘ଅକ୍ଟୋବର’ବକ୍ସ ଅଫିସ୍‌ରେ ୪୫ କୋଟି ଟଙ୍କାର କଲେକସନ୍‌ କରି ଆଭେରେଜ୍‌ ତାଲିକାଭୁକ୍ତ ହୋଇଥିଲା।

ସମ୍ବନ୍ଧିତ ଖବର