ହାଇଦ୍ରାବାଦ: ନଭେମ୍ବର ୧ରେ ଇଟାଲୀରେ ବରୁଣ-ଲାବନ୍ୟାଙ୍କ ବିବାହ ହୋଇଥିଲା। କିଛି ଦିନ ହେଲାଣି ସାଉଥ ଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁନ୍ ୯ରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ। ନିର୍ବନ୍ଧ ସରିବା ପରେ ନଭେମ୍ବର ୧ରେ ଦୁହେଁ ଇଟାଲୀରେ ବିବାହ କରିଥିଲେ । ଉଭୟଙ୍କ ପରିବାରର ଉପସ୍ଥିତିରେ ବରୁଣ ଓ ଲାବନ୍ୟା ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ଦୁହେଁ ବିବାହ ଭୋଜି ଦେଇଛନ୍ତି।
View this post on Instagram
ତେବେ ବିବାହ ଭୋଜି ବିଦେଶରେ ନୁହେଁ ବରଂ ଭାରତରେ ରଖିଛନ୍ତି ଦମ୍ପତ୍ତି। ମିଳିଥିବା ସୂଚନା ମୁତାବକ, ଦୁହେଁ ହାଇଦ୍ରାବାଦରେ ବନ୍ଧୁ ଓ ପରିବାରବର୍ଗଙ୍କ ପାଇଁ ବିବାହ ଭୋଜିର ଆୟୋଜନ କରିଛନ୍ତି। ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀଙ୍କ ଏହି ଗ୍ରାଣ୍ଡ ରିସେପ୍ସନର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦମ୍ପତିଙ୍କ ଗ୍ରାଣ୍ଡ ଏଣ୍ଟ୍ରି ଦେଖିବାକୁ ମିଳିଛି। ଲୁକ୍ ବିଷୟରେ କହିବାକୁ ଗଲେ, ବରୁଣ କଳା କୁର୍ତ୍ତା ପାଇଜାମା ଏବଂ ଭାରୀ ଶେରୱାନି ପିନ୍ଧିଥିବା ବେଳେ ଲାବନ୍ୟା ଏକ ସୁନେଲୀ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ରବିବାର ବିବାହ ଭୋଜିର ଆୟୋଜନ କରାଯାଇଥିବା ବେଳେ ଅନେକ ସାଉଥ ସୁପରଷ୍ଟାର ଏଥିରେ ଯୋଗ ଦେଇଥିବା ଦେଖାଯାଇଛି।
View this post on Instagram