ହାଇଦ୍ରାବାଦ: ଜୁନ ୯ରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ହୋଇଥିଲା ଅଭିନେତା ବରୁଣ ତେଜଙ୍କ ନିର୍ବନ୍ଧ। କିଛି ଦିନ ହେଲାଣି ବରୁଣଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜୁନ୍ ୯ରେ ନିର୍ବନ୍ଧ କରିଥିଲେ ବରୁଣ ଓ ଲାବନ୍ୟା। ଶୁକ୍ରବାର ସନ୍ଧ୍ୟାରେ ବରୁଣଙ୍କ ବାସଭବନରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ଏହି ନିର୍ବନ୍ଧରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଯୋଗ ଦେଇଥିବା ସାମ୍ନାକୁ ଆସିଥିଲା।

Advertisment

ଦୁହେଁ ଇନଷ୍ଟାରେ ନିଜ ନିର୍ବନ୍ଧର ଫଟୋ ସେୟାର କରିଥିବା ବେଳେ ବରୁଣ କ୍ୟାପସନରେ ଲେଖିଛନ୍ତି ମୋ ଭଲପାଇବା ମିଳିଗଲା।‌ତେବେ ଫଟୋ ଭାଇରାଲ ହେବା ପରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହା ଥିଲା ବରୁଣ ଓ ଲାବନ୍ୟାଙ୍କ ମୁଦି। ଏବେ ଦୁହେଁ ନିର୍ବନ୍ଧରେ ପରସ୍ପରକୁ ପିନ୍ଧାଇଥିବାର ମୁଦିର ମୂଲ୍ୟ ସାମ୍ନାକୁ ଆସିଛି। ସିଆସତ ଡଟ୍ କମର ରିପୋର୍ଟ ଅନୁଯାୟୀ ବରୁଣ ଓ ଲାବନ୍ୟା ପରସ୍ପରକୁ ପିନ୍ଧାଇଥିବା ମୁଦିର ମୂଲ୍ୟ ମୋଟ ୫୦ ଲକ୍ଷ ଥିଲା। ଏହା ସହ ଲାବନ୍ୟା ଯେଉଁ ବନାରସି ଶାଢ଼ି ପିନ୍ଧିଥିଲେ ତାହାର ମୂଲ୍ୟ ୭୫ହଜାର ଥିଲା ବୋଲି କୁହାଯାଉଛି।

ତେବେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ(ଯାହା ୨୦୧୭ରେ ମୁକ୍ତିଲାଭ କରିଥିଲା)। ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା। ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ।