ପାଇଲଟ୍‌ ଅଭିନନ୍ଦନ ପାକ୍‌ ସେନାର କବ୍‌ଜାକୁ ଯିବା ପରେ ପାକ୍‌ ଅଭିନେତ୍ରୀ ବୀଣା କହିଲେ; ଏବେ ତ ଆସିଲ, ବହୁତ ଭଲରେ ଅତିଥି ସତ୍କାର ହେବ ତୁମର, ଏହା ଦେଖି ସ୍ୱରା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ : ଗତକାଲି ପାକ୍‌ ସୀମାରେ ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ୍‌ ଅଭିନନ୍ଦନ ବର୍ତର୍ମାନଙ୍କୁ ନିଜ କବ୍‌ଜାକୁ ନେଇଥିଲା ପାକ୍‌ ସେନା । ଏହା ପରେ ପରେ ତାଙ୍କର ବିଭିନ୍ନ ଫଟୋ ଏବଂ ଭିଡିଓ ଜାରି କରାଯାଇଥିଲା । ଯେଉଁଥିରେ ତାଙ୍କ ମୁହଁକୁ ମାଡ଼ ମରାଯାଇ ରକ୍ତକ୍ତ କରାଯାଇଥିବା ଦେଖା ଯାଇଥିଲା । ଯାହାର ଫଟୋ ଭାଇରାଲ ହେବା ପରେ ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକ୍‌ ଫଟୋକୁ ଟୁଇଟ୍‌ କରି, ଏବେ ଏବେ ତ ଆସିଛି । ବହୁତ ଭଲ ଭାବରେ ଅତିଥି ସତ୍କାର କରିବୁ ବୋଲି ଲେଖିଥିଲେ । ତାଙ୍କର ଏଭଳି ଟୁଇଟ୍‌ ଆସିବା ପରେ ଲୋକେ ତାଙ୍କୁ କଡ଼ା ସମାଲୋଚନା କରିଥିବା ଦେଖା ଯାଇଛି ।

ଏହା ସହ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ତାଙ୍କୁ କଡ଼ା ଜବାବ ଦେଇଥିବା ଦେଖିବାକୁ ମିଳିଛି । ସ୍ୱରା ବୀଣାଙ୍କ ଟୁଇଟ୍‌ର ଜବାବ ରଖି, ବୀଣା…ତୁମ ଅସୁସ୍ଥ ମାନସିକତାକୁ ମୁଁ ଧିକ୍କାର କରୁଛି । ଆମ ଯବାନ ହିରୋ,ସାହାସୀ,ଶାଳୀନ ଏବଂ ସମ୍ମାନର ଯୋଗ୍ୟ । ତାଙ୍କ ବିଷୟରେ ଏଭଳି କିଛି ଲେଖିବା ପୂର୍ବରୁ ତୁମକୁ ଭାବିବାର ଥିଲା ବୋଲି ଲେଖିଛନ୍ତି ସ୍ୱରା ।

କେବଳ ପାଇଲଟ୍‌ ଅଭିନନ୍ଦନ ନୁହନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ବୀଣା ଟୁଇଟ୍‌ କରି ଥଟ୍ଟା କରିଥିବା ଦେଖା ଯାଇଥିଲା । ଯାହାକୁ ଶେଷ କରି ପାରିବ ନାହିଁ ତାକୁ ଆରମ୍ଭ କର ନାହିଁ ବୋଲି କହିଥିଲେ ବୀଣା ମଲ୍ଲିକ୍‌ ।

ସମ୍ବନ୍ଧିତ ଖବର