ବୀର ପାଇଲଟ୍ ଅଭିନନ୍ଦନଙ୍କ ଏଭଳି ଫଟୋ ସେୟାର କରି ବିବାଦୀୟ ଟୁଇଟ୍ କଲେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ୍
ମୁମ୍ବାଇ : ଅନେକ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ ଏବେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ବୀର ପାଇଲଟ୍ ଅଭିନନ୍ଦନଙ୍କୁ ନେଇ ସେ ଯେଉଁ ଫଟୋ ଟୁଇଟ୍ କରିଛନ୍ତି, ତାକୁ ନେଇ ଏବେ ସବୁ ଭାରତୀୟ ବୀଣାଙ୍କୁ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି । ନିଜ ଟୁଇଟ୍ରେ ସେ ପାଇଲଟ୍ ଅଭିନନ୍ଦନଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟେ ଫଟୋରେ ଅଭିନନ୍ଦନ ବିମାନ ଆଗରେ ନିଜର ମଥା ଉଚ୍ଚା କରି ଠିଆ ହୋଇଥିବାର ଦେଖା ଯାଇଥିବା ବେଳେ ଅନ୍ୟ ଫଟୋରେ ପାକିସ୍ତାନୀ ସେନା ତାଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିବା ଦେଖାଯାଇଛି । ଏଭଳି ଫଟୋ ସେୟାର କରି ବୀଣା ଲେଖିଛନ୍ତି, ଫଟୋ ପ୍ରକୃତ ସତ ଜଣାଇ ଦେଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
The picture says it all.
Before and After!#PakistanAirForce pic.twitter.com/KD21Es9Qph— VEENA MALIK (@iVeenaKhan) August 20, 2019
ତେବେ ବୀଣା ପାଇଲଟ ଅଭିନନ୍ଦନଙ୍କୁ ଏଭଳି ଅପମାନିତ କରୁଥିବା ଦେଖି, ଭାରତୀୟମାନେ ତାଙ୍କୁ ଟୁଇଟ୍ରରେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।
The picture says it all @iVeenaKhan pic.twitter.com/7cn4PZMcyG
— Exsecular 2.0 ?? (@ExSecular) August 20, 2019
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଭିକାରୀ ବେଶର ଫଟୋ ସେୟାର କରି ଲୋକେ ଫଟୋ ପ୍ରକୃତ ସତ ଜଣାଇ ଦେଉଛି ବୋଲି ଲେଖିଥିବା ବେଳେ କିଛି ଲୋକ ଫଟୋ ଜରିଆରେ ପାଇଲଟ ଅଭିନନ୍ଦନଙ୍କୁ ସିଂହ ଓ ପାକ୍ ସେନାକୁ କୁକୁର ବୋଲି ଦର୍ଶାଇଥିବା ଦେଖାଯାଇଛି ।
Close Enough…………! pic.twitter.com/T5oueH7QWd
— Krishna (@Atheist_Krishna) August 20, 2019