ପରଲୋକରେ ବର୍ଷିଆନ ଅଭିନେତା ଦିନ୍ୟର କଣ୍ଟ୍ରାକର

ମୁମ୍ବାଇ: ବର୍ଷିଆନ ଅଭିନେତା ଦିନ୍ୟର କଣ୍ଟ୍ରାକରଙ୍କର ପରଲୋକ ହୋଇଯାଇଛି | ଅକ୍ଷୟ କୁମାରଙ୍କ ହିଟ ଫିଲ୍ମ ଖିଲାଡିରେ ତାଙ୍କ ଅଭିନୟକୁ ଏବେ ବି ଦର୍ଶକ ମନେ ରଖିଛନ୍ତି | ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାବେଳେ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁନଥିଲା | ବାଜିଗର, ଖିଲାଡୀ,ବାଦଶାହ, ୩୬ ଚାଇନା ଟାଉନ ଭଳି ହିଟ ଫିଲ୍ମରେ ଦିନ୍ୟର ଅଭିନୟ କରିଥିଲେ |

ଜଣେ ଥିଏଟର କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିନ୍ୟର ମୁଖ୍ୟତଃ ଗୁଜୁରାଟୀ ଓ ହିନ୍ଦୀ ନାଟକରେ ଅଭିନୟ କରୁଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି | ଏଠାରେ ସୂଚନା ଥାଉ କି ୨୦୧୯ ମସିହାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ | ଆଜି ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ବର୍ଲି ପ୍ରେୟର ହଲରେ ହେବ | ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧିତ ଖବର