ନୟନତାରାଙ୍କୁ ନେଇ ଡିଏମ୍କେ ନେତା ରାଧା ରବିଙ୍କ ବିବାଦୀୟ ବୟାନ: ଭିନ୍ନ ଭିନ୍ନ ଲୋକଙ୍କ ଶଯ୍ୟାସଙ୍ଗିନୀ ହେଉଥିବା ଅଭିନେତ୍ରୀ ମାତା ସୀତା କେମିତି ହୋଇ ପାରିବେ?
ଚେନ୍ନାଇ : କିଛି ଦିନ ତଳେ ଅଭିନେତାରୁ ରାଜନେତା ପାଲଟିଥିବା ଡିଏମ୍କେ ନେତା ରାଧା ରବି ଅଭିନେତ୍ରୀ ନୟନତାରାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏଥି ପାଇଁ ଏବେ ତାଙ୍କୁ ଦଳର ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି । ଏକ ପ୍ରମୋସନାଲ ଇଭେଣ୍ଟରେ ସେ ଅଭିନେତ୍ରୀ ନୟନତାରାଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇଥିଲେ, ଯାହା ତାଙ୍କୁ ଆଜି ଏଭଳି ପରିସ୍ଥିତିରେ ଆଣି ଠିଆ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଥିଲେ, ମୁଁ ମାନୁଛି କି ନୟନତାରା ଜଣେ ଖୁବ୍ ଭଲ କଳାକାର । ଅନେକ ବର୍ଷ ହେଲାଣି ସେ ଇଣ୍ଡଷ୍ଟ୍ରିରେ ଚମକୁଛନ୍ତି । ସେ ତାମିଲ ଫିଲ୍ମରେ କେବେ ଭୁତ ତ କେବେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିଛନ୍ତି । ଆମ ସମୟରେ କେଆର୍ ବିଜୟାଙ୍କ ଭଳି ଅଭିନେତ୍ରୀଙ୍କୁ ମାତା ସୀତାଙ୍କ ଚରିତ୍ର କରିବାକୁ ଦିଆ ଯାଉଥିଲା । କିନ୍ତୁ ଆଜିକାଲି କେହି ବି ଆସି ସୀତା ବନି ଯାଉଛନ୍ତି । ଯିଏ ଭିନ୍ନ ଭିନ୍ନ ଲୋକମାନଙ୍କ ସହ ଶଯ୍ୟାସଙ୍ଗିନୀ ହେଉଛନ୍ତି, ସେ କେମିତି ସୀତା ବନି ପାରିବେ ବୋଲି କହିଥିଲେ ରାଧା ରବି । ତାଙ୍କର ଏଭଳି ବୟାନ ପରେ ଟୁଇଟ୍ରରେ ବିବାଦ ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ଏବେ ବିବାଦକୁ ଦେଖି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।