ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ରଞ୍ଜିତ ସିନେମା ଜଗତରୁ ଦୂରେଇ ଯାଇ ନିଜ ପରିବାର ସହିତ ସମୟ କାଟୁଛନ୍ତି। ହିନ୍ଦୀ ସିନେମାରେ ସେ ତାଙ୍କ ନେଗେଟିଭ ଚରିତ୍ର ପାଇଁ ଚର୍ଚ୍ଚାରେ ଥିଲେ। ବିଶେଷ କରି ସିନେମାରେ ଅଧିକାଂଶଥର ତାଙ୍କୁ ନାରୀମାନଙ୍କ ଦୁଷ୍କର୍ମ କରୁଥିବା ଚରିତ୍ରରେ ଦେଖିବାକୁ ମିଳିଛି। ନିକଟରେ ରଞ୍ଜିତ ନିଜ ସିନେମା ଜୀବନକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି କି ୭୦ ଦଶକରେ ତାଙ୍କର ରେପିଷ୍ଟ ଇମେଜ କିପରି ଥିଲା। ଆଉ କେମିତି ମହିଳାଙ୍କ ଫ୍ୟାସନ ପାଇଁ ତାଙ୍କ ଅଭିନୟ କ୍ୟାରିୟର ଶେଷ ହୋଇଥିଲା।
ରଞ୍ଜିତ କହିଛନ୍ତି, ସେହି ସମୟରେ ଅନେକ ଲୋକ ସିନେମା ସାଇନ କରିବା ପୂର୍ବରୁ ସ୍କ୍ରିପ୍ଟ ପଢ଼ୁ ନଥିଲେ। ଏମିତି କି ହିରୋମାନଙ୍କୁ ବି ସ୍କ୍ରିପ୍ଟର କିଛି ଲାଇନ ଶୁଣାଯାଇଥାଏ। ମୁଁ କେବେ ବି କାହାରି ସ୍କ୍ରିପ୍ଟକୁ ନେଇ କିଛି ବି ତ୍ରୁଟି ବାହାର କରି ନାହିଁ। ମୋତେ ଭିଲେନ ରୋଲ କରିବାରେ କୌଣସି ଅସୁବିଧା ନଥିଲା। ଯେତେବେଳେ ବି ଯେଉଁ ଚରିତ୍ର ମିଳୁଥିଲା ମୁଁ କରି ଦେଉଥିଲି। ଏହାକୁ ନେଇ ମୋର ପରିବାରକୁ ପ୍ରଭାବ ପଢ଼ିଥିଲା। ପ୍ରଥମଥର ପରଦାରେ ମୋର ଚରିତ୍ରକୁ ଦେଖିବା ପରେ ଘର ଲୋକ ମାେତେ ଘରେ ପୂରାଇ ଦେଇ ନଥିଲେ।
ପରବର୍ତ୍ତୀ ସମୟରେ ସବୁକିଛି ଠିକ ହୋଇଯାଇଥିଲା। ରେପ ସିନ କରିବା ପୂର୍ବରୁ ମୋ କୋ-ଷ୍ଟାରଙ୍କୁ ସ୍ବାଭାବିକ ରହିବାକୁ କହିଥାଏ। ଯାହାଫଳରେ କି ସିନଟି ଜୀବନ୍ତ ଲାଗିଥାଏ। କିନ୍ତୁ ସେତେବେଳେ ଏତେ ଅଶ୍ଳୀଳତା ନଥିଲା। ତେବେ ମୁଁ ସବୁବେଳେ ମଜାକରେ କୁହେ କି, ଫ୍ୟାସନରେ ପରିବର୍ତ୍ତନ ମୋ କ୍ୟାରିୟର ଶେଷ କରି ଦେଲା। କାରଣ ମହିଳାମାନେ ଛୋଟ ପୋଷାକ ପିନ୍ଧିବାକୁ ଲାଗିଲେ। ଆଉ କିଛି ଖୋଲିବାକୁ ହିଁ ରହିଲା ନାହିଁ।