ଫିଲ୍ମ ସଞ୍ଜୁରେ ମିଡ଼ିଆକୁ ଭୁଲ ଭାବରେ ଦର୍ଶାଯାଇଥିବା ଆରୋପକୁ ନେଇ ନିଜର ମତ ରଖିଲେ ବିକି କୌଶଲ, କହିଲେ-ଫିଲ୍ମକୁ ଭଲ ଭାବରେ ଦେଖନ୍ତୁ ପ୍ରକୃତ କଥା ଜାଣି ପାରିବେ

ମୁମ୍ବାଇ : ଜୁନ୍‌ ୨୯ରେ ରିଲିଜ ହୋଇଥିଲା ଫିଲ୍ମ ସଞ୍ଜୁ । ଯେଉଁଥିରେ ଅଭିନେତା ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ରଣବୀର କପୁର । ଫିଲ୍ମରେ ସେ ସଞ୍ଜୟଙ୍କ ଭୂମିକାକୁ ଖୁବ୍‌ ଭଲ ଭାବରେ ପରିବେଷଣ କରିଥିବା ବେଳେ ଫିଲ୍ମରେ ଥିବା ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଫିଲ୍ମଟି ଅନେକ ବଡ଼ ବଡ଼ ବଜେଟ୍‌ର ଫିଲ୍ମକୁ ପଛରେ ପକାଇ ସାଜିଥିଲା ବକ୍ସ ଅଫିସର ବାଦ୍‌ଶାହା । ତେବେ ଫିଲ୍ମରେ ମିଡ଼ିଆର ଭାବମୂର୍ତ୍ତିକୁ ଖରାପ ଦେଖା ଯାଇଛି ବୋଲି ଅଭିଯୋଗ ହୋଇଥିବା ବେଳେ ସେ ନେଇ ନିଜର ମତ ରଖିଛନ୍ତି ଅଭିନେତା ବିକି କୌଶଲ ।

Times Now

ଫିଲ୍ମରେ ପୂରା ମିଡ଼ିଆ ସମୁଦାୟକୁ ନୁହେଁ ବରଂ ଏହି ଲାଇନ୍‌ରେ କାମ କରୁଥିବା କିଛି ଲୋକ ଯେଉଁମାନେ ଖବରକୁ ଅତିରଞ୍ଜିତ କରନ୍ତି ସେମାନଙ୍କୁ ଖରାପ ବୋଲି ଦର୍ଶା ଯାଇଛି । ସେମାନଙ୍କ ଏପରି କାମ ପାଇଁ ଲୋକମାନଙ୍କ ମନରେ କୌଣସି ବ୍ୟକ୍ତି ବିଷୟରେ ଭୁଲ ଧାରଣା ଆସି ଯାଇଥାଏ । ଖବରକୁ ଅତିରଞ୍ଜିତ କରିବା ଦ୍ୱାରା ତାହାର ଖରାପ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିଥାଏ । ଯାହା ବିଷୟରେ ଫିଲ୍ମରେ ଦର୍ଶା ଯାଇଛି ବୋଲି ବିକି କହିଛନ୍ତି ।

ସମ୍ବନ୍ଧିତ ଖବର