ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ଡିଜେ ଭୂମିକାରେ ନଜର ଆସିବେ ବିକି

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଫିଲ୍ମ ‘ଅଲମୋଷ୍ଟ ପ୍ୟାର ଉଇଥ ଡିଜେ ମୋହବତ’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଅନୁରାଗ କାଶ୍ୟପ। ବିକି କୌଶଲ ନିଜେ ସୋସିଆଲ ମିଡିଆରେ ‘ଅଲମୋଷ୍ଟ ପ୍ୟାର ଉଇଥ ଡିଜେ ମୋହବତ’ରେ ନିଜର ଲୁକ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ଡିଜେ ଭୂମିକାରେ ନଜର ଆସିଛନ୍ତି। ଏହା ସହିତ ବିକି କୌଶଲ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ‘ସେହି ମଣିଷ ପାଇଁ ମୋର ଭଲ ପାଇବା, ଯିଏ ଫିଲ୍ମ ଦୁନିଆରେ ମୋ ପାଇଁ ପ୍ରଥମେ ଦ୍ୱାର ଖୋଲିଥିଲେ | ମନମରଜିଆର ଡିଜେ ସାଣ୍ଡଜ୍ ଏବେ ବଡ ହୋଇ ଡିଜେ ମୋହବତରେ ପରିଣତ ହୋଇଯାଇଛି’ |

ବିକି ଫିଲ୍ମ ‘ଅଲମୋଷ୍ଟ ପ୍ୟାର ଉଇଥ ଡିଜେ ମୋହବତ’ରେ ନିଜର ଭୂମିକା ବାବଦରେ ଲେଖିଛନ୍ତି ଯେ, ‘ ଅନୁରାଗ ସାର ମୋ ପାଇଁ ଜଣେ ମେଣ୍ଟର ଥିଲେ | ଜଣେ ବନ୍ଧୁ ସହ ସିନେମା ଜଗତରେ ମୋ ପାଇଁ ଦ୍ୱାରା ଖୋଲିଥିଲେ | ଯେତେବେଳେ ସେ ମୋ ସହିତ ଏହି ଭୂମିକା ବିଷୟରେ କଥାବାର୍ତ୍ତା କଲେ, ମୁଁ ସଙ୍ଗେ ସଙ୍ଗେ ରାଜି ହେଲି ଏବଂ ଏହି ବିଶେଷ ଭୂମିକାଟି ମୋର ବିଶେଷ ବନ୍ଧୁଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ପାଇଁ ହୋଇଛି | ଉଲ୍ଲେଖ ଥାଉ କି ଫିଲ୍ମ ‘ଅଲମୋଷ୍ଟ ପ୍ୟାର ଉଇଥ ଡିଜେ ମୋହବତ’ରେ କରଣ ମେହେଟ୍ଟା ବଲିଉଡରେ ଡେବ୍ୟୁ କରୁଛନ୍ତି। କିଛି ଦିନ ପୂର୍ବରୁ ଏହି ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ କରାଯାଇଥିଲା, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ | ଅନୁରାଗ କାଶ୍ୟପଙ୍କ ଏହି ଚଳଚ୍ଚିତ୍ର ଫେବୃଆରୀ ୩, ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ |

ସମ୍ବନ୍ଧିତ ଖବର