ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବିବାହ ଗତ ବର୍ଷର ସବୁଠାରୁ ଚର୍ଚ୍ଚିତ ଉତ୍ସବ ପାଲଟିଥିଲା। ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏହି ଦମ୍ପତି ପ୍ରଥମ ଥର ପାଇଁ ଏକାଠି ଲୋହଡ଼ୀ ପର୍ବ ପାଳନ କରିଛନ୍ତି। ଲୋହଡ଼ୀ ସାଧାରଣତଃ ମକର ସଂକ୍ରାନ୍ତି ପୂର୍ବ ରାତିରେ ପାଳନ କରାଯାଇଥାଏ। ଏହା ପଞ୍ଜାବର ଏକ ପ୍ରମୁଖ ପର୍ବ।
ଭିକ୍କି ପଞ୍ଜାବୀ ପରିବାରର ହୋଇଥିବାରୁ ତାଙ୍କ ପାଇଁ ଏହି ବାର୍ଷିକ ପର୍ବ ଅତ୍ୟନ୍ତ ଗୁରୁତ୍ବ ବହନ କରିଥାଏ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିକ୍କି-କ୍ୟାଟ୍ଙ୍କ ଘନିଷ୍ଠ ଫୋଟଗୁଡ଼ିକରୁ ସ୍ପଷ୍ଟ ଜଣାପଡୁଛି ଯେ କ୍ୟାଟ୍ରିନା ଭିକ୍କିଙ୍କ ପରିବାରର ପରମ୍ପରାକୁ ସହଜରେ ଆପଣାଇ ନେଇଛନ୍ତି। ଫୋଟରେ ଦୁହେଁ ଲୋହଡ଼ୀ ନିଆଁ ପାଖରେ ଛିଡ଼ା ହୋଇ ମନଖୋଲି ହସୁଥିବାର ଦେଖିବାକୁ ମିଳିଛି। କ୍ୟାଟ୍ରିନ୍ ଫୋଟଗୁଡ଼ିକ ସହ ପ୍ରଶଂସକଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ଦାମ୍ପତ୍ୟ ଜୀବନର ପ୍ରଥମ ପର୍ବ ପାଳନ ପାଇଁ ଉଭୟ ସ୍ବଳ୍ପ ସମୟ କାଢ଼ି ଏକାଠି ସମୟ ବିତାଇଛନ୍ତି।
ଏହା ପୂର୍ବରୁ ମଧ୍ୟ କ୍ୟାଟ୍ରିନାଙ୍କ ସହ ଖ୍ରୀଷ୍ଟମାସ୍ ପାଳିବାକୁ ଭିକ୍କି ମୁମ୍ବାଇ ଆସିଥିଲେ। ଆଗକୁ କ୍ୟାଟ୍ରିନା ସଲମାନ ଖାନଙ୍କ ସହିତ ‘ଟାଇଗର୍ ୩’ର ସୁଟିଂ ଆରମ୍ଭ କରିବାକୁ ଥିବା ବେଳେ ଭିକ୍କି ଏବେ ସାରା ଅଲୀ ଖାନଙ୍କ ସହିତ ଇନ୍ଦୋରରେ ଏକ ଚଳଚ୍ଚିତ୍ରର ସୁଟିଂ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/jan-p2.jpg)