ନୂଆଦିଲ୍ଲୀ: ଭିକ୍କି ଜୈନ ଓ ଅଙ୍କିତା ଲୋଖଣ୍ଡେଙ୍କୁ ବିବାହ ପରେ ଦ୍ବିତୀୟ ଥର ରିୟଲିଟି ସୋ’ ‘ବିଗବସ-୧୭’ରେ ଦେଖିବାକୁ ମିଳିଛି। ଏହି ରିୟଲିଟି ସୋ’ ପୂର୍ବରୁ ଦୁହିଁଙ୍କୁ ‘ସ୍ମାର୍ଟ ଯୋଡ଼ି’ରେ ଦେଖିବାକୁ ମିଳିଥିଲା।

Advertisment

ତେବେ ‘ବିଗବସ-୧୭’ ଆରମ୍ଭ ହେବାକୁ ଅଳ୍ପ କିଛିଦିନ ହୋଇଥିବା ବେଳେ ଏହି ସୋ’ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟ‌ରେ ଝଗଡ଼ା ଆରମ୍ଭ ହୋଇଯାଇଯାଇଛି।  ପ୍ରଥମେ ଇଶା ଓ ଅଭିଷେକଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ଏବେ ଅଙ୍କିତା ଓ ଭିକ୍କିଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଲାଗିଥିବା ଜଣାପଡ଼ିଛି। ଏହି କାରଣରୁ ଦୁହେଁ ଦୁହିଁଙ୍କ ସହିତ କଥା ହେବାକୁ ପସନ୍ଦ ବି କରୁନାହାନ୍ତି। ଯେଉଁ କାରଣରୁ ଭିକ୍କି ଅଙ୍କିତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଘଟଣାଟି ହେଉଛି ଏପରି, ସୋ’ରେ ଅଭିଷେକ କୁମାର ଓ ଇଶା ମାଲବୀୟଙ୍କ ସହିତ ଭିକ୍କି ଜୈନଙ୍କ ଭଲ ବନ୍ଧୁତା ହୋଇଯାଇଛି। ନିକଟରେ ଅଭିଷେକଙ୍କ ସହିତ ଅଙ୍କିତାଙ୍କ ଝଗଡ଼ା ହୋଇଯାଇଥିଲା। ଏଭଳି ସମୟରେ ଭିକ୍କି ଅଭିଷେକଙ୍କ ସହିତ ସାଙ୍ଗ ହେବା ଦେଖି ଅଙ୍କିତା କ୍ରୋଧିତ ଯାଇଥିଲେ। ଅଙ୍କିତାଙ୍କ ଏଭଳି ସ୍ବଭାବ ଦେଖି ଭିକ୍କି ମଧ୍ୟ ରାଗି ଯାଇ ଗାଳି କରିଥିଲେ।

ରାଗି ଯାଇ ଭିକ୍କି ଅଙ୍କିତାଙ୍କୁ କହିଥିଲେ, ‘ତୁମେ ବହୁତ ଖରାପ। ଜୀବନରେ ତ କିଛି ଦେଇ ପାରିଲ ନାହିଁ। ତୁମକୁ ଅନୁରୋଧ ‌ମୋତେ ଶାନ୍ତିରେ ବଞ୍ଚିବାକୁ ତ ଦିଅ। ମୋତେ ଲାଜ ଲାଗୁଛି। ତୁମର ଏହା ବହୁତ ଖରାପ ସ୍ବଭାବ ଯାହା ମୁଁ କେବେ ଦେଖି ନଥିଲି।’