ବିବାହ ପୂର୍ବରୁ ସାମ୍ନାକୁ ଆସିଲା ବିକି-କ୍ୟାଟ୍ରିନାଙ୍କ ପ୍ରି-ୱେଡିଙ୍ଗ ଥିମ୍

ମୁମ୍ବାଇ: ଟିଭି ହେଉ କି ସୋସିଆଲ ମିଡିଆ ସବୁଠି ଏବେ ବଲିଉଡର ପ୍ରେମୀଯୁଗଳ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା। ଗତକାଲି ଦୁହେଁ କୋର୍ଟରେ ବିବାହ କରିଥିବା ନେଇ ଖବର ମିଳିଥିବା ବେଳେ ଆଜି ଦୁହିଁଙ୍କ ପ୍ରି-ୱେଡିଙ୍ଗ ଥିମ୍ କ’ଣ ରହିଛି, ତାହା ସାମ୍ନାକୁ ଆସିଛି | ୬ ତାରିଖରେ ରାଜସ୍ଥାନ ଅଭିମୁଖେ ବିକି ଓ କ୍ୟାଟ୍ରିନା ବାହାରିବାକୁ ଥିବା ବେଳେ ସେଠାରେ ୭ରୁ ଆରମ୍ଭ ହେବ ବିବାହ ପୂର୍ବର କାର୍ଯ୍ୟକ୍ରମ ।

ରାଜସ୍ଥାନ ସିକ୍ସ ସେନ୍ସେ ହୋଟେଲରେ ବିକି-କ୍ୟାଟଙ୍କ ବିବାହ ଏବଂ ବିବାହ ପୂର୍ବରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଛି । ଦୁହେଁ ପୁରା ଯୋଜନା କରି ସଙ୍ଗୀତ, ମେହେନ୍ଦୀ ଓ ବିବାହ ପାଇଁ ଥିମ୍ ପ୍ରସ୍ତୁତ କରିସାରିଛନ୍ତି । ଦୁହିଁଙ୍କ ବିବାହ ବଲିଉଡରେ ଏବର୍ଷର ସବୁଠୁ ଚର୍ଚ୍ଚିତ ବିବାହ ହେବାକୁ ଯାଉଛି । ହେଲେ ଏହାପୂର୍ବରୁ କ’ଣ ସବୁ କାର୍ଯ୍ୟକ୍ରମ ହେବ ତା’ ଉପରେ ରହିଛି ସମସ୍ତଙ୍କ ଖବର ।

‘ଇଣ୍ଡିଆ ଟୁଡେ’ ରିପୋର୍ଟ ମୁତାବକ, ବିକି- କ୍ୟାଟଙ୍କ ମେହେନ୍ଦି ଥିମ୍ ଗୋଲ୍ଡେନ୍, ହ୍ୱାଇଟ୍, ବିଜ୍ ଓ ଆଇଭରୀ ଥିବାବେଳେ ସଙ୍ଗୀତର ଥିମ୍ ରହିଛି ବ୍ଲିଙ୍ଗ୍ । ଏହି ଅବସରରେ ବର, କନ୍ୟା ଓ ଅନ୍ୟ ବଲିଉଡ ସେଲିବ୍ରିିଟି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ବିବାହ ପାଇଁ ଥିମ୍ କଲର ରହିଛି ପ୍ୟାଷ୍ଟେଲ ସରବେଟ୍ ଭଳି କମ୍ବିନେସନ୍ ।

ବିବାହ ପୂର୍ବରୁ ଦୁହେଁ କୋର୍ଟ ମ୍ୟାରେଜ କରିସାରିଛନ୍ତି । ଏଥିରେ ଦୁହିଁଙ୍କ ପରିବାର ବର୍ଗଙ୍କ ସହ ଅନ୍ୟ ୩ଜଣ ସାକ୍ଷୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର