ଅନ୍ୟର ଗାଡ଼ି ନମ୍ବର ଚୋରି କରିଛନ୍ତି ଅଭିନେତା ଭିକ୍କି କୌଶଲ ! ରୁଜୁ ହେଲା ଏତଲା

ମୁମ୍ବାଇ: ଅନ୍ୟାର ଗାଡ଼ି ନମ୍ବର ଚୋରି କରିଥିବା ନେଇ ଅଭିନେତା ଭିକ୍କି କୌଶଲ ଉପରେ ଲାଗିଲା ଅଭିଯୋଗ। ଚୋାରି ଅଭିଯୋଗରେ ରୁଜୁ ହେଲା ଏତଲା। ଅଭିନେତା ଭିକ୍କି କୌଶଲ ଓ ସାରା ଅଲି ଖାନ୍ ଏବେ ନିଜ ଆଗାମୀ ଚଳଚ୍ଚିତ୍ର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ସୁଟିଂରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବେ ସୁଟିଂ ସମୟର ଭିକ୍କି ଓ ସାରା ଅଲି ଖାନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏବେ ଏହି ଫଟୋ ପାଇଁ ଭିକ୍କି କୌଶଲ ଅସୁବିଧାରେ ପଡିଯାଇଛନ୍ତି ।

ଫଟୋ ଭାଇରାଲ ପରେ ଭିକ୍କି କୌଶଲ ତାଙ୍କ ଗାଡି ନମ୍ବର ଚୋରାଇଥିବାର ଜଣେ ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ କହିଛନ୍ତି ଯେ, ଭାଇରାଲ ଫଟୋରେ ଭିକ୍କି କୌଶଲ ଯେଉଁ ମୋଟରସାଇକେଲ ଚଲାଉଛନ୍ତି ସେହି ବାଇକରେ ଥିବା ନମ୍ବର ତାଙ୍କର ଅଟେ । ଜୟ ସିଂହ ଯାଦବ ନାମକ ଅଭିଯୋଗକାରୀ କହିଛନ୍ତି ଯେ,”ଫିଲ୍ମରେ ବ୍ୟବହାର କରାଯାଇଥିବା ଗାଡି ନମ୍ବର ମୋର ଅଟେ । ବିନା ଅନୁମତିରେ ମୋର ନମ୍ବର ପ୍ଲେଟର ବ୍ୟବହାର ସେମାନେ କରିପାରିବେ ନାହିଁ । ଏହା ଅବୈଧ ଅଟେ। ମୁଁ ପୁଲିସ ଷ୍ଟେସନରେ ଏକ ଏତଲା ଦେଇଛି, ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ” ।

ଏନେଇ ବାଣଗଙ୍ଗାର ସବଇନ୍ସପେକ୍ଟର ରାଜେନ୍ଦ୍ର ସୋନି କହିଛନ୍ତି ଯେ, ଆମ ପାଖକୁ ଭିକ୍କି କୌଶଲଙ୍କ ବିରୋଧରେ ଅଭିଯୋଗ ଆସିଛି । ଏହି ମାମଲାର ଯାଞ୍ଚ କରାଯିବ ଓ ଦେଖାଯିବ ଯେ ଗାଡି ନମ୍ବରର ଦୁରୂପଯୋଗ କରାଯାଇଥିଲା ନା ନାହିଁ । ମୋଟର ଗାଡିର ଧାରା ଅନୁଯାୟୀ ମାମଲା ରୁଜୁ କରାଯିବ” ।

କିଛି ଦିନ ପୂର୍ବରୁ ହିଁ ଭିକ୍କି କୌଶଲ ଓ ସାରା ଅଲି ଖାନଙ୍କ ଫଟୋ ଭାଇରାଲ ହୋଇଥିଲା । ଦୁଇଜଣ ଇନ୍ଦୋରରେ ବାଇକରେ ଯାଉଥିବାର ଦେଖାଯାଇଥିଲା । ଫଟୋରେ ଭିକ୍କି କୌଶଲ ଟି-ସାର୍ଟ, ଜ୍ୟାକେଟ ଓ ଜିନ୍ସ ସହ ମୋଟରସାଇକେଲ ଚଲାଉଥିଲେ। ଅନ୍ୟପକ୍ଷରେ ସାରା ଅଲି ଖାନ୍ ହଳଦିଆ ଶାଢ଼ି ପିନ୍ଧି ତାଙ୍କ ପଛରେ ବସିଥିଲେ । ଫିଲ୍ମର ନିର୍ମାତା ଏହି ଫିଲ୍ମର ନାଁ ଘୋଷଣା କରିନଥିବା ସହ ଫିଲ୍ମ ବିଷୟରେ ଅନ୍ୟ କୌଣସି ତଥ୍ୟ ଦେଇନାହାନ୍ତି ।

ସମ୍ବନ୍ଧିତ ଖବର