ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଆଜିକାଲି ବେଶ୍ ଚର୍ଚ୍ଚାରେ। ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜରା ହଟ୍କେ ଜରା ବଚ୍କେ’ର ପ୍ରମୋସନ ପାଙ୍କ ତାଙ୍କ କୋ-ଷ୍ଟାର୍ ଭିକି କୌଶଲଙ୍କ ସହ ବିଭିନ୍ନ ସ୍ଥାନରେ ନଜର ଆସୁଛନ୍ତି। ତେବେ ନିକଟରେ ଅଭିନେତା ଭିକି କୌଶଲ ସାରା ଅଲ୍ଳୀ ଖାନଙ୍କ ବିଷୟରେ ଏକ ନିଆରା ରହସ୍ୟ ପ୍ରକାଶ କରିଛନ୍ତି। ସେହି ରସହ୍ୟ ପୁଣି ଏକ ତଉଲିଆକୁ ନେଇ।
ବିକି ଏବଂ ସାରାଙ୍କୁ ନିକଟରେ ‘ଦି କପିଲ ଶର୍ମା ସୋ’ରେ ଆଗାମୀ ଚଳଚ୍ଚିତ୍ର’ ଜରା ହଟକେ ଜରା ବାଚକେ’ର ପ୍ରମୋସନରେ ଦେଖିବାକୁ ମିଳିବ। ତେବେ ସେହି ସୋ’ର ପ୍ରମୋ ଏବେ ରିଲିଜ୍ ହୋଇଛି।
ଭିକି ପ୍ରକାଶ କରିଛନ୍ତି କି, “ଦିନେ ସୁଟିଂ ସେଟ୍ରେ ମୁଁ ସାରାଙ୍କୁ ତାଙ୍କ ମାଆ ଅମୃତା ମାଡାମାଙ୍କୁ ଗାଳି ଦେଉଥିବାର ଶୁଣିଲି। ମୁଁ ଭାବିଲି କିଛି ଗୋଟେ ଗୁରୁତର ଜିନିଷ ଘଟିଲା ବୋଧହୁଏ। ତେଣୁ ମୁଁ ତାଙ୍କୁ ପଚାରିଲି ସବୁ ଠିକ୍ ତ? ସେ ମୋତେ ଉତ୍ତର ଦେଇ କହିଲେ କି, ନାଇଁ ୟାର୍ ମୋ ମାଆ ୧୬୦୦ ଟଙ୍କା ଦେଇ ଏକ ତଉଲିଆ କିଣି ପକାଇଛନ୍ତି।’
ତାପରେ ଭିକି ପୁଣି କହିଛନ୍ତି କି, “ମୁଁ ଭାବିଲି ଏହା ସତ ହୋଇନଥିବ। ସାରା ନିଶ୍ଚୟ ମଜାକ କରୁଛନ୍ତି। ତେଣୁ ମୁଁ ତାଙ୍କୁ ପୁନର୍ବାର ପଚାରିଲି ଏବଂ ସେ ସେହି ସମାନ କଥା ଦୋହରାଇଲେ। କହିଲେ କିଏ ୧୬୦୦ ଟଙ୍କା ମୂଲ୍ୟର ତଉଲିଆ କିଣୁଛି?’’
ତାପରେ ସାରା ବି ସୋ’ରେ କହୁଛନ୍ତି କି ଭ୍ୟାନିଟି ଭ୍ୟାନରେ ଉପଲବ୍ଧ ମାଗଣା ତଉଲିଆ ମଧ୍ୟରୁ ଗୋଟିଏ କାହିଁକି ବ୍ୟବହାର କରିବାନି?’