ପ୍ରେମ ବିବାହ ହୋଇଥିଲେ ବି ସକାଳ ସମୟରେ କଟ୍ରିନାଙ୍କ ସହ କଥା ହେବାକୁ ପସନ୍ଦ କରନ୍ତିନି ଭିକି

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ‘ଜରା ହଟକେ ଜରା ବଚକେ’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମର ପ୍ରମୋସନ ସମୟରେ ଭିକି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ନାମ ଅନେକ ଥର ଉଲ୍ଲେଖ କରିଥିବା ଦେଖାଯାଇଥିଲା ଏବଂ ତାଙ୍କ ବିବାହିତ ଜୀବନର ଅନେକ ରହସ୍ୟ ମଧ୍ୟ ଖୋଲିଥିଲେ ଭିକି। ନିକଟରେ ଫିଲ୍ମର ପ୍ରମୋସନ ସମୟରେ ଭିକି କହିଥିଲେ ଯେ, ସେ ସକାଳ ସମୟରେ କଟ୍ରିନାଙ୍କ ସହ କଥା ହେବାକୁ ପସନ୍ଦ କରନ୍ତିନି।

ସେ କହିଥିଲେ ଯେ, “ଯେତେବେଳେ ଆମେ ସକାଳେ ଉଠୁ, ସେତେବେଳେ ଆମେ ଦୁଇଜଣ ଭିନ୍ନ ବ୍ୟକ୍ତି ଭଳି ବ୍ୟବହାର କରିଥାଉ।  ଖଟରୁ ଉଠି ସାରିଥିଲେ ବି ଭଲ ଭାବରେ ନିଦ ଭାଙ୍ଗିବା ପାଇଁ ମୋତେ ଦୁଇ ଘଣ୍ଟା ଲାଗେ। ମୁଁ ଖଟରୁ ଉଠିଲେ ବି, ଆରାମ କରେ, କଫି ପିଏ, କିଛି ଜଳଖିଆ ଖାଏ। ତେଣୁ ମୁଁ ସକାଳେ ଅଧିକ କଥାବାର୍ତ୍ତା କରିପାରେ ନାହିଁ। ୨-୩ଟା କଫି ପିଇବା ପରେ ଯାଇ ମୁଁ ସକ୍ରିୟ ଅନୁଭବ କରେ। ‌ହେଲେ କଟ୍ରିନା ସେଭଳି ନୁହନ୍ତି। ସେ ଖଟରୁ ଉଠିବା ମାତ୍ରେ ସକ୍ରିୟ ହୋଇପଡ଼ନ୍ତି। ତୁରନ୍ତ କାମ ବିଷୟରେ କଥା ହେବା ଆରମ୍ଭ କରିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ ଚାହାନ୍ତି। ହେଲେ ମୁଁ ତାହା କରିପାରେ ନାହିଁ। ୨-୩ଟା କଫି ପିଇବା ପରେ ଯାଇ ମୁଁ ତାଙ୍କ ସହ ଆଲୋଚନାରେ ସାମିଲ ହୋଇପାରେ।

ସମ୍ବନ୍ଧିତ ଖବର