ଏହି କାରଣରୁ ଭିକି କୌଶଲ୍‌ ଓ କିଆରା ଆଡଭାନିଙ୍କର ବ୍ରେକ୍ ଅପ୍ ହୋଇଥିଲା

ମୁମ୍ବାଇ: କିଆରା ଆଡ୍‌ଭାନି ରିଲ୍‌ରେ ତ ଶାହିଦ୍‌ କପୁରଙ୍କ ସହିତ ‘ଅର୍ଜୁନ ରେଡି’ ସିନେମାରେ ରୋମାନ୍ସ କରି ଚର୍ଚ୍ଚିତା ହେଲେ, କିନ୍ତୁ ରିଅଲ୍‌ ଲାଇଫ୍‌ରେ ସେ କାହାର ଗର୍ଲଫ୍ରେଣ୍ଡ ଜାଣନ୍ତି କି?
ଆଜିକାଲି ବଲିଉଡରେ ଜୋରସୋରରେ ଚର୍ଚ୍ଚା ହେଉଛି ଯେ କିଆରା ଆଡଭାନି ‘ଦ ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର’ ଫେମ୍‌ ସିଦ୍ଧାର୍ଥ ମାଲ୍‌ହୋତ୍ରାଙ୍କୁ ଡେଟ୍‌ କରୁଛନ୍ତି। ସିଦ୍ଧାର୍ଥ ପୂର୍ବରୁ ଆଲିଆ ଭଟ୍ଟଙ୍କ ସହ ରିଲେସନସିପ୍‌ରେ ଥିଲେ। ଏ ଦୁହେଁ ପାଖାପାଖି ଦୁଇ ବର୍ଷ ଧରି ଲିଭ ଇନ୍‌ରେ ରହିଥିଲେ। ହେଲେ ପରେ ଉଭୟଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା।
ଏହାପରେ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡର ଅନ୍ୟତମ ଗ୍ଲାମରସ୍‌ ହିରୋଇନ୍‌ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଡେଟ୍‌ କରିଥିଲେ। ସିଦ୍ଧାର୍ଥ ଓ ଜାକଲିନ୍‌ ଏକାଠି ‘ଏ ଜେଣ୍ଟଲମ୍ୟାନ୍‌’ ଫିଲ୍ମରେ ଏକାଠି କାମ କରିଥିଲେ। ଏ ଦୁହିଁଙ୍କର ପ୍ରେମ ସଂପର୍କ ବି ବେଶୀ ଦିନ ତିଷ୍ଠି ନଥିଲା।
ସିଦ୍ଧାର୍ଥ ଓ କିଆରା ପ୍ରାୟ ବର୍ଷେ ହେବ ପରସ୍ପରକୁ ଡେଟ୍‌ କରୁଥିବାର ଚର୍ଚ୍ଚା ହୋଇଥିଲା। ହେଲେ ଏ ଦୁହିଁଙ୍କର ପ୍ରେମ କାହାଣୀ ଆଗକୁ ବ୍ରେକ୍‌ଅପ୍‌ର ରୂପ ନେଉଛି କି ସେ ଦୁହେଁ ବିବାହ କରୁଛନ୍ତି,ତାହା ସମୟ କହିବ।

Image result for vicky kaushal kiara advani
photo-new indian express

‘ଦି ଲଷ୍ଟ ଷ୍ଟୋରିଜ୍‌’ର ସୁଟିଂ ସମୟରେ କିଆରା ଆଡଭାନି ଅନ୍ୟ ଜଣେ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବୋଲି କୁହାଯାଏ। ଏହି ଅଭିନେତା ଜଣକ ହେଲେ ଭିକି କୌଶଲ। ଏ ଦୁହେଁ ଖୁବ୍‌ କ୍ଲୋଜ୍‌ ଥିଲେ ବୋଲି କୁହାଯାଏ। ଉଭୟେ ଭିକି ଓ କିଆରା ସେତେବେଳେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିପାରି ନଥିଲେ।
ଏଣୁ ଦୁହେଁ ପରସ୍ପରକୁ ସମୟ ଦେଇପାରିନଥିଲେ। ଏହି କାରଣରୁ ଭିକି କୌଶଲ୍‌ ଓ କିଆରା ଆଡଭାନିଙ୍କର ବ୍ରେକ୍ ଅପ୍ ହୋଇଥିଲା।

ସମ୍ବନ୍ଧିତ ଖବର