ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ତାଙ୍କ ଘର ବାହାରେ ନଜର ଆସିଲେ ପୂର୍ବତନ ପ୍ରେମିକା ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସଭିଁଙ୍କ ନଜର ରହିଥିଲା ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଉପରେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତାଙ୍କ ମାନସିକ ଅବସ୍ଥା କିପରି ରହିଛି ଜାଣିବାର ଇଚ୍ଛା ସଭିଁଙ୍କ ଭିତରେ ଦେଖିବାକୁ ମିିଳିଥିଲା।

ଜୁନ୍‌୧୪ ତାରିଖରେ ବଲିଉଡ୍‌ ଜଣେ ଉଦୀୟମାନ କଳାକାରଙ୍କୁ ହରାଇ ସ୍ତବ୍ଧ ପାଲଟିଛି। ଏହି ଖବର ଶୁଣିବା ପରେ ପୂରାପୂରି ଭାବେ ଭାଙ୍ଗି ପଡ଼ିଛନ୍ତି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ତଥା ଟେଲିଭିଜନ ଅଭିନେତ୍ରୀ ଅଙ୍କିତା। ତାଙ୍କୁ ସୁଶାନ୍ତଙ୍କ ମୁମ୍ବାଇସ୍ଥିତ ଘର ବାହାରେ ଦେଖିବାକୁ ମିଳିଛି।

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଅଙ୍କିତାଙ୍କୁ ସୁଶାନ୍ତଙ୍କ ଆପାର୍ଟମେଣ୍ଟ ପରିସର ମଧ୍ୟରେ ଯାଉଥିବାର ଦେଖିବାକୁ ମିଳିଛି। ଯଦିଓ ତାଙ୍କ ମୁହଁ ମାସ୍କରେ ଢାଙ୍କି ହୋଇଛି ତଥାପି ବି ତାଙ୍କ ବ୍ୟସ୍ତତାକୁ ତାଙ୍କ ଚେହେରାରୁ ସହଜରେ ପଢାଯାଇ ପାରୁଛି।

 

 

View this post on Instagram

 

#ankitalokhande today at #SushantSinghRajput home to meet his family #rip 🙏

A post shared by Viral Bhayani (@viralbhayani) on

ଉଲ୍ଲେଖଯୋଗ୍ୟ, ଗତକାଲି ମୁମ୍ବାଇର ଭିଲେପାର୍ଲିସ୍ଥିତ ଶ୍ମଶାନରେ ସୁଶାନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ସେଠାରେ ଅଙ୍କିତାଙ୍କୁ ଦେଖିବାକୁ ମିଳି ନଥିଲା। ଅଙ୍କିତା ଏ ଯାଏ ବି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପଦୁଟିଏ ବି କହିନାହାନ୍ତି।

ସୁଶାନ୍ତଙ୍କ ଅନ୍ତମ ସଂସ୍କାର କରିବା ପାଇଁ ତାଙ୍କ ବାପାଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ପାାଟ୍‌ନାରୁ ମୁମ୍ବାଇ ଆସିଥିଲେ।  ଧାରାବାହିକ ‘ପବିତ୍ର ରିସ୍ତା’ରୁ ସୁଶାନ୍ତ ଓ ଅଙ୍କିତା ପରସ୍ପରଙ୍କ ସହ ପ୍ରେମ ସଂପର୍କରେ ରହିଥିଲେ। ଦୀର୍ଘ ୬ ବର୍ଷ ସଂପର୍କରେ ରହିବା ପରେ ଶେଷରେ ୨୦୧୬ ମସିହାରେ ହୁହେଁ ଦୁହିଁଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ‌ନେଇଥିଲେ।

ସମ୍ବନ୍ଧିତ ଖବର