ନିଜ୍‌ ଲିପ୍‌ଷ୍ଟିକ୍‌ ସ୍ବାମୀ ନିକ୍‌ଙ୍କ ଓଠରେ ଲାଗିଯିବା ପରେ ତୁରନ୍ତ ପୋଛି ପକାଇଲେ ‌ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ଅଭିନେତ୍ରୀ ସାଜିଥିବା ପ୍ରିୟଙ୍କା ଚୋପ୍ରା ବିବାହ ପରଠାରୁ ପାର୍ଟି-ଉତ୍ସବମାନଙ୍କୁ ପ୍ରାୟତଃ ଆଉ ଏକା ଯାଉନାହାନ୍ତି। ତାଙ୍କ ସାଥୀରେ ଦେଖିବାକୁ ମିଳୁଛନ୍ତି ସ୍ବାମୀ ନିକ୍‌ ଜୋନାସ୍‌।  ନିକଟରେ ମଧ୍ୟ ଏକ ଆୱାର୍ଡ ସୋ’ରେ ପ୍ରିୟଙ୍କା ଓ ନିକ୍‌ ଏକତ୍ର ନଜର ଆସିଥିଲେ। ସେଠାରେ ଯାହା ଘଟିଥିଲା ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

 

 

View this post on Instagram

 

Reposted from @wetpriya (@get_regrann) – The energy this two has🥺🔥, I CANT BREATHE!!!!! • #priyankachopra #nickjonas #kiss

A post shared by Priyanka Chopra (@priyankachopra_pcj) on

ସୋ’ର ଏକ ଭିିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  ଭିଡିଓରେ ଦେଖିବାକୁ ମିଳିଛି କି ନିକ୍‌ ପ୍ରିୟଙ୍କାଙ୍କୁ ଚୁମ୍ବନ ଦେବାକୁ ଉଦ୍ୟମ କରୁଛନ୍ତି। ପ୍ରିୟଙ୍କା ପ୍ରଥମେ ଟିକେ ଦୂରେଇ ଯାଇ ନିଜ ଆଡୁ ନିକ୍‌ଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ନିକ୍‌ଙ୍କ ଓଠରେ ପ୍ରିୟଙ୍କା ଚୁମ୍ବନ ଦେବାରୁ ନିକ୍‌ଙ୍କ ଓଠରେ ପ୍ରିୟଙ୍କାଙ୍କ ଲିପ୍‌ଷ୍ଟିକ୍‌ ଲାଗିଯାଉଛି। ପ୍ରିୟଙ୍କା ତତ୍‌କ୍ଷଣାତ ନିକ୍‌ଙ୍କ ଓଠକୁ ପୋଛି ସଫା କରି ଦେଉଛନ୍ତି।

 

 

View this post on Instagram

 

#GoldenGlobes2020 💗 @nickjonas

A post shared by Priyanka Chopra Jonas (@priyankachopra) on

ପ୍ରିୟଙ୍କା ଏହି ଉତ୍ସବକୁ ଏକ ଗୋଲାପି ରଂଗର ଗାଉନ୍‌ ପିନ୍ଧି ଆସିଥିବା ବେଳେ ନିକ୍‌ ଏକ କଳା ରଂଗର ସୁଟ୍‌ ପିନ୍ଧି ଆସିଥିବାର ଦେଖିବାକୁ ମିଳିଥିଲା। ୨୦୧୯ ଡିସେମ୍ବର ୨ ତାରିଖରେ ସେମାନଙ୍କ ବିବାହକୁ ୧ ବର୍ଷ ପୂର୍ତ୍ତି ହୋଇଛି। ନିଜ ବିବାହ ବାର୍ଷିକୀ ଉପଲକ୍ଷେ ଉଭୟ ପ୍ରିୟଙ୍କା ଓ ନିକ୍‌ ପରସ୍ପରଙ୍କ ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ ଲେଖି ଚର୍ଚ୍ଚାକୁ ଆସିଥିଲେ।

 

ଉଲ୍ଳେଖଯୋଗ୍ୟ, ୨୦୧୮ ମସିହା ଡିସେମ୍ବରରେ ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ‌‌ହୋଇଥିଲା। ବିବାହର ଅଳ୍ପ କିଛି ମାସ ମଧ୍ୟରେ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇପାରେ ବୋଲି ଚର୍ଚ୍ଚା ଉଠିଥିଲା। ମାତ୍ର ପରେ ଏହି ଯୋଡ଼ି ଏପରି ଏକ ଚର୍ଚ୍ଚାକୁ ଗୁଜବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର