ବିଦ୍ୟା ବାଲାନ ଦେଲେ ୧ହଜାର ପିପିଇ କିଟ୍‌

ଅଭିନେତ୍ରୀ ବିଦ୍ୟା ବାଲାନ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କ ପାଇଁ ୧ହଜାର ପିପିଇ କିଟ୍‌ ଯୋଗାଇ ଦେଇଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେ ସେଇ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଏହି କିଟ୍‌‌ ଯୋଗାଇଥିବା କହିଛନ୍ତି। ଏଥିସହ ଟ୍ରିଙ୍ଗ ସହାୟତାର ଆଉ ୧ ହଜାର ପିପିଇ କିଟ୍‌ସ ଯୋଗାଇଦେବା ପାଇଁ ମଧ୍ୟ ସେ ପାଣ୍ଠି ଯୋଗାଡ଼ କରୁଛନ୍ତି। ପ୍ରଯୋଜକ ଅତୁଲ ‌କାସବେକାର ଓ ମନିଷ ମୁନ୍ଦ୍ରାଙ୍କ ସହଯୋଗରେ ସେ ଏହି ପାଣ୍ଠି ଯୋଗାଡ଼ୁଛନ୍ତି। ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଠାରେ ବିଦ୍ୟା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସ୍ବାସ୍ଥ୍ୟକର୍ମୀଙ୍କ ଅବଦାନ ପାଇଁ ମଧ୍ୟ ସେ ଏକ କୃତଜ୍ଞତାର ଭିଡିଓ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର