କରନ୍‌ଙ୍କ ସୋ’ରେ ନିଜର ବେଡ୍‌ରୁମ୍‌ ସିକ୍ରେଟ ଖୋଲିଲେ ବିଦ୍ୟା

ନୁଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ତାଙ୍କର ଅଭିନୟ ଏବଂ ବିନ୍ଦାସ୍‌ ଚରିତ୍ର ପାଇଁ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ କରିଆସିଛନ୍ତି । ତେବେ ‘ତୁହ୍ମାରି ସୁଲ୍ଲ’ର ଅଭିନେତ୍ରୀ ନିକଟରେ ଯାଇ ପହଞ୍ଚିଥିଲେ କରନ୍‌ ଜୋହରଙ୍କ ରେଡ଼ିଓ ସୋ’ କରନ୍‌ କଲିଂରେ । ସେଠାରେ କରନ୍‌ ରାପିଡ୍‌ ଫାୟାର ରାଉଣ୍ଡ୍‌ ଖେଳୁଥିବା ସମୟରେ ବିଦ୍ୟାଙ୍କ ବେଡ୍‌ରୁମ୍‌ ସିକ୍ରେଟ ବିଷୟରେ ପଚାରିଥିଲେ । ବିଦ୍ୟା ମଧ୍ୟ ତାଙ୍କର ବିନ୍ଦାସ୍‌ ଅନ୍ଦାଜରେ କରନଙ୍କ ସମସ୍ତ ପ୍ରଶ୍ନର କୌତୁକ ଉତ୍ତର ଦେଇଥିଲେ ।

କରନ୍‌ ଜୋହରଙ୍କ ସୋ’ରେ ରାପିଡ୍‌ ଫାୟାର ରାଉଣ୍ଡର ଥିମ ରହିଥିଲା ବେଡ଼ ବା ଖଟ । ଏଣୁ ଏହି ସମୟରେ କରଣ ବିଦ୍ୟାଙ୍କୁ ତାଙ୍କର ବେଡ୍‌ରୁମ୍‌ ସମ୍ବନ୍ଧୀୟ କିଛି ଗୁପ୍ତ କଥା ପଚାରିଥିଲେ । ଏଥିରେ କରନଙ୍କ ପ୍ରଥମ ପ୍ରଶ୍ନ ରହିଥିଲା ବିଦ୍ୟାଙ୍କୁ ବେଡ୍‌ରୁମ୍‌ରେ ଶୋଇବା ସମୟରେ ଆଲୋକ କି ଅନ୍ଧାର ଭଲ ଲାଗିଥାଏ । ଏହି ପ୍ରଶ୍ନ ପରେ ବିଦ୍ୟା କିଛି ସମୟ ହସିବା ପରେ ଉତ୍ତର ଦେଲେ କି ତାଙ୍କୁ ଟିକେ କମ୍‌ ଆଲୋକରେ ଶୋଇବାକୁ ଭଲ ଲାଗିଥାଏ । ପରେ କରନ୍‌ଙ୍କ ପ୍ରଶ୍ନ ଥିଲା ବେଡ୍‌ରୁମ୍‌ରେ ମ୍ୟୁଜିକ ଭଲଲାଗେ ନା କ୍ୟାଣ୍ଡେଲ? ଏହାର ଉତ୍ତର ଦେଇ ବିଦ୍ୟା କହିଥିଲେ ଦୁଇଟି ଜିନିଷ ବେଡ୍‌ରୁମ୍‌ରେ ତାଙ୍କୁ ବହୁତ ଭଲ ଲାଗିଥାଏ । ବିଦ୍ୟାଙ୍କୁ ଖଟରେ କଟନ କପଡ଼ାର ବେଡସିଟ୍‌ ପସନ୍ଦ ବୋଲି କହିଥିଲେ ।

aajtak.intoday.in

କରନ୍‌ ଜୋହରଙ୍କ ଏହି ନୂଆ ରେଡ଼ିଓ ସୋ ଇସ୍କ ୧୦୪.୮ ଏଫଏମ୍‌ରେ ପ୍ରସାରିତ ହେଉଛି । ଏହି ସୋ’ରେ କାରନ୍‌ ଲଭ୍‌ ଗୁରୁ ଭାବେ କଳାକାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବର୍ତ୍ତାଳାପ କରିଥାନ୍ତି । ତେବେ କରନ୍‌ ଏହି ରେଡ଼ିଓ ଜକି ଚରିତ୍ର ପ୍ରଶଂସକଙ୍କୁ ବହୁତ ପରିମାଣରେ ପସନ୍ଦ ଆସୁଛି। ଖାଲି କରନଙ୍କ ସୋ’ ନୁହଁ ଏହା ପୂର୍ବରୁ ମଧ୍ୟ ନେହା ଧୁପିଆଙ୍କ ଟକ୍‌ ସୋ’ରେ ବିଦ୍ୟାଙ୍କୁ ତାଙ୍କ ବକ୍ତିଗତ ଜୀବନ ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚରାଯାଇଥିଲା । ତେବେ ସେଠାରେ ମଧ୍ୟ ବିଦ୍ୟା ବିନ୍ଦାସ ଅନ୍ଦାଜରେ ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର