ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇ ପାରିଛନ୍ତି। ଅଭିନେତ୍ରୀ ଆଗାମୀ ଦିନରେ କ୍ରାଇମ ଥ୍ରିଲର ସିନେମା ‘ନିୟତ’ରେ ନଜର ଆସିବେ।

Advertisment

ନିକଟରେ ବିଦ୍ୟା ବାଲନଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରରେ ବିଦ୍ୟା ବାଲନ କହିଛନ୍ତି, ଏକଦା ମୋତେ ଜିମ ଜାମ ବିସ୍କୁଟର ଏକ୍ସଟ୍ରା ପ୍ୟାକେଟ ପାଇଁ ମୁମ୍ବାଇର ୫ ତାରକା ହୋଟେଲରେ ଭିକ ମାଗିବାକୁ ପଡ଼ିଥିଲା। ତେବେ ଏହି ଭିକ ମାଗିବା ବାସ୍ତବ ନଥିଲା ଏଥିପାଇଁ ମୋତେ ଅଭିନୟ କରିବାକୁ ପଡ଼ିଥିଲ।

ଆମର ଇଣ୍ଡିୟାନ ମ୍ୟୁଜିକ ଗ୍ରୁପ ଥିଲା। ଏହି ଗ୍ରୁପ ପ୍ରତିବର୍ଷ କନସର୍ଟ ଆୟୋଜନ କରିଥାଏ। ଏହି କନସର୍ଟ ତିନିଦିନ ପାଇଁ ଆୟୋଜିତ ହୋଇଥିବା ବେଳେ ଦିନରାତି ଚାଲୁଥାଏ। ଆମ ଗ୍ରୁପର ସଦସ୍ୟ ଏହି ସୋ’କୁ ଆୟୋଜନ କରିବା ପାଇଁ ସାହାଯ୍ୟ କରୁ । କାମ ଶେଷ ହେବା ପରେ ରାତିରେ ଚାଲିବାକୁ ଯାଇଥାଉ। ଚାଲିଚାଲି ଯାଉଥିବା ବେଳେ ସାଙ୍ଗମାନେ ଜିମ ଜାମ ବିସ୍କୁଟର ଏକ୍ସଟ୍ରା ପ୍ୟାକେଟ ପାଇଁ ମୋତେ ଚ୍ୟାଲେଞ୍ଜ କରିଥିଲେ। ଆଉ କହିଥିଲେ ସାମ୍ନାରେ ଥିବା ୫ ତାରକା ହୋଟେଲ କଫି ସପରେ ଯାଇ ଭିକ ମାଗିବାକୁ ।

ମୁଁ ବି ସେମାନଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ୫ ତାରକା ହୋଟେଲକୁ ଯାଇ କହିଥିଲି, ‘ମୋତେ ଖାଇବାକୁ ଦିଅ, ମୁଁ କାଲିଠାରୁ କିଛି ଖାଇନାହିଁ।’ମୋତେ ଏଭଳି ଭିକାରି ଭଳି ଅଭିନୟ କରିବା ଦେଖି ସାଙ୍ଗମାନଙ୍କୁ ଲାଜ ଲାଗିଥିଲା। ସେମାନେ ମୋତେ ତୁରନ୍ତ ସେଠାରୁ ଆସିବାକୁ କହିଥିଲେ। ଆଉ ମୁଁ ଚ୍ୟାଲେଞ୍ଜ ଜିତି ଯାଇଥିଲି।’