ବଲିଉଡ୍‌ରେ ଆରମ୍ଭ ଦିନକୁ ମନେ ପକାଇଲେ ବିଦ୍ୟା; ୩ବର୍ଷ ପର୍ଯ୍ୟନ୍ତ କାମ ମିଳି ନଥିଲା, ରାତିରେ କାନ୍ଦି କାନ୍ଦି ଶୋଉଥିଲି

ମୁମ୍ବାଇ : ‘କାହାନୀ’, ‘ଡର୍ଟି ପିକ୍‌ଚର’, ‘ଇସ୍କିଆ’, ‘ପା’, ‘ତୁହ୍ମାରୀ ଶୁଲୁ’, ‘ହମାରି ଅଧୁରୀ କାହାନୀ’ ଭଳି ଫିଲ୍ମ କରି ନିଜର ଅଭିନୟ ଦକ୍ଷତା ପ୍ରମାଣ କରିଛନ୍ତି ବିଦ୍ୟା ବାଲାନ । ଯେହେତୁ ସେ ଷ୍ଟାର୍‌ କିଡ୍‌ ନ ଥିଲେ, ସେଥିପାଇଁ ତାଙ୍କୁ ବଲିଉଡ୍‌ରେ ନିଜର ସ୍ଥାନ ସୁଦୃଢ଼ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ନିଜ ଆରମ୍ଭ ଦିନଗୁଡ଼ିକୁ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ପ୍ରମୋସନରେ ମନେ ପକାଇଛନ୍ତି ବିଦ୍ୟା ।

vidya balan
amarujala.com

ବିଦ୍ୟା କହନ୍ତି,  “ପ୍ରଥମେ ମୋତେ ଅଭିନେତ୍ରୀ ହେବା ପାଇଁ କ’ଣ କରିବା ଦରକାର, ତାହା ଜଣା ନ ଥିଲା । ମୁଁ କେବଳ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖୁଥିଲି । ମୋ ପରିବାର ଲୋକେ ମଧ୍ୟ ମୋତେ ସମର୍ଥନ କରିଥିଲେ । କିନ୍ତୁ ମୋର ପ୍ରଥମ ଟିଭି ସୋ’ ‘ଲା ବେଲା’ ଅସଫଳ ହେବା ପରେ ମୁଁ ଅଭିନୟରେ ଆଗକୁ ବଢ଼ି ପାରିବି ନାହିଁ ବୋଲି ମୋ ପରିବାର ଲୋକେ ଭାବିଥିଲେ । ଏହା ପରେ ପରେ ଲଗାତାର ୩ ବର୍ଷ ମୋତେ ସଂଘର୍ଷ କରିବାକୁ ପଡ଼ିବା ସହ କୌଣସି କାମ ମିଳି ନ ଥିଲା । ଏମିତି ଅନେକ ରାତିରେ ମୁଁ କାନ୍ଦି କାନ୍ଦି ଶୋଇଛି । କିନ୍ତୁ ପ୍ରତିଦିନ ସକାଳେ ମୁଁ ନୂଆ ଆଶା ନେଇ ଉଠୁଥିଲି । ଏହା ପରେ ପରେ ମୋତେ ‘ପରୀଣିତା’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଥିଲା । ଯାହା ପରେ ମୁଁ ଆଉ ପଛକୁ ଫେରି ଚାହିଁ ନାହିଁ।”

ସମ୍ବନ୍ଧିତ ଖବର