ପ୍ରେମର ବଳିଦାନ ଦେବାକୁ ଉଚିତ୍‌ ମନେ କରିଥିଲେ ବିଦ୍ୟା ବାଲନ୍‌ !

ବଲିଉଡ଼୍‍ର ଡ଼ାର୍ଟିଗାର୍ଲ ତଥା ଆକ୍‌ଟ୍ରେସ୍‌ ବିଦ୍ୟା ବଲାନ୍‌ ଏହି ଦିନରେ ନିଜର ମନକଥାକୁ କହି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତେବେ ବିଦ୍ୟା ତାଙ୍କର ମନକଥାକୁ ନା ଯେ କେବଳ ରେଡ଼ିଓରେ କହିଛନ୍ତି ତାହା ନୁହେଁ ବରଂ ସେ ଏହାକୁ ଏକ ସୋ’ ଜରିଆରେ ମଧ୍ୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଜଣାଇଛନ୍ତି।

ସୂଚନା ମୁତାବକ୍‌ ଏହି ନିକଟରେ ଅଭିନେତ୍ରୀ ବିଦ୍ୟା ବାଲନ୍‌ ନେହା ଧୂପିଆଙ୍କ ସୋ’ ‘ନୋ ଫିଲ୍‌ଟର୍‌ ନେହା’ଜରିଆରେ ତାଙ୍କ ଜୀବନର କେତୋଟି ବ୍ୟକ୍ତିଗତ କଥାର ଖୁଲାସା କରିଛନ୍ତି ।ଏଥିରେ ଯୋଗ ଦେଇ ବିଦ୍ୟା କହିଥିଲେ କି,ସେ ତାଙ୍କ ଭଉଣୀର ଖୁସି ପାଇଁ ନିଜର ପ୍ରେମକୁ ବଳିଦାନ ଦେଇଥିଲେ! ଏଥିସହିତ ବଲିଉଡ଼୍‍ର ଏହି ଆକ୍‌ଟ୍ରେସ୍‌ଜଣଙ୍କ କହିଥିଲେ ଯେ, ଦିନଥିଲା ସେ ନିଜକୁ ସହୀଦ୍‌ ଅନୁଭବ କରୁଥିଲେ,ଯେତେବେଳେ କି ସେ ଜାଣିବାକୁ ପାଇଲେ କି ସେ ଯାହାକୁ ପସନ୍ଦ କରୁଛନ୍ତି,ପ୍ରକୃତରେ ସେ ତାଙ୍କୁ ନୁହେଁ ବରଂ ତାଙ୍କର ଭଉଣୀକୁ ପସନ୍ଦ କରୁଛନ୍ତି ବୋଲି!

ଏଥିସହିତ ବିଦ୍ୟାଙ୍କ ଭଉଣୀ ଆଉ ସେହି ବ୍ୟକ୍ତି ଜଣଙ୍କ ଜଣେ ଆଉ ଜଣକୁ ଡ଼େଟ୍‌ କରିବା ଆରମ୍ଭ କରିସାରିଲେଣି?ଏହାପରେ ବିଦ୍ୟା ନିଜ ମନକୁ ବୁଝାଇଥିଲେ ଏବଂ ତାଙ୍କ ପ୍ରେମର ବଳିଦାନ ଦେବାକୁ ଉଚିତ୍‌ ମନେ କରିଥିଲେ। ଏହାସହିତ ସେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କର ଭିଣୋଇ କରିବାକୁ ମନସ୍ଥ କରିନେଲେ।

 

ସମ୍ବନ୍ଧିତ ଖବର