ବିଦ୍ୟାଙ୍କ ଶାଢ଼ି କଲେକ୍‌ସନ୍‌!

ବିଦ୍ୟା ବାଲନ ଅତି ଶାଢ଼ି ପ୍ରିୟ, ଏହା ଅନେକେ ଜାଣି ନ ଥାଇପାରନ୍ତି। ତାଙ୍କ ଆଲମାରିରେ ଅଛି, ଥାକ ଥାକ ବିଭିନ୍ନ ପ୍ରକାରର ଶାଢ଼ି। ସେ ଯେଉଁ ରାଜ୍ୟକୁ ଯାଆନ୍ତି, ଶାଢ଼ି ନିଶ୍ଚିତ କିଣନ୍ତି। ତାଙ୍କ ଦୃଷ୍ଟିରେ, ତାଙ୍କୁ ଶାଢ଼ି ସବୁଠାରୁ ଭଲ ମାନେ। ତେଣୁ, ସବୁ ବେଳେ ପିନ୍ଧିବାକୁ ପସନ୍ଦ କରନ୍ତି। ‘ତୁମ୍‌ହାରୀ ସୁଲୁ’ରେ ସେ ପିନ୍ଧିଥିବା ସମସ୍ତ ଶାଢ଼ି, ତାଙ୍କ ନିଜର। ସବୁ ନିଜ ଓ୍ଵାଡ୍‌ର୍ରୋବ୍‌ରୁ ନେଇ ସୁଟିଂ ସ୍ଥଳୀକୁ ଯାଇଥିଲେ। ରେଖା ଓ ସ୍ମିତା ପାଟିଲଙ୍କ ପରେ ସବୁଠାରୁ ଅଧିକ ଶାଢ଼ି ପିନ୍ଧୁଥିବା ବଲିଉଡ୍‌ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା। ରେଖା ଓ ସ୍ମିତାଙ୍କ ଭଳି ସେ ଶାଢ଼ି ପାଗଳୀ। ବିଦ୍ୟା ଯେ କେବଳ ବଜାରରୁ ଶାଢ଼ି କିଣନ୍ତି, ସେ କଥା ନୁହେଁ। ସେ ନିଜ ମନ ମୁତାବକ, ଶାଢ଼ି ଅର୍ଡର୍‌ ଦେଇ ବନାନ୍ତି। ଆଜିକାଲି ଗୋପୀ ବେଦ ନାମକ ଡିଜାଇନର୍‌, ତାଙ୍କ ପାଇଁ ଶାଢ଼ି ଡିଜାଇନ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର