ବଲିଉଡର ଟ୍ରାଜେଡି କୁଇନ୍ଭାବେ ପରିଚିତା ମୀନା କୁମାରୀଙ୍କ ଜୀବନ ଉପରେ ଏକ ସିନେମା ନିର୍ମାଣ କରିବାର ଯୋଜନା କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ତିଗମାଂଶୁୁ ଧୂଲିିଆ। ସେ ଏଥିରେ ଟାଇଟଲ୍ ରୋଲ ଲାଗି ମନରେ ରଖିଥିଲେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ । ସ୍କ୍ରିପ୍ଟ ପ୍ରସ୍ତୁତିପରେ ତିଗମାଂଶୁ ଧୂଲିଆ ବିଦ୍ୟାଙ୍କୁ ଆପ୍ରୋଚ୍ କରିଥିଲେ। ଏଥିପାଇଁ ଏକ ଲମ୍ବା କାହାଣୀ ବର୍ଣ୍ଣନା ବି ହୋଇଥିଲା। ହେଲେ ବିଦ୍ୟା ଅନୁଭବ କରିଲେ ଯେ ମୀନା କୁମାରୀଙ୍କ ଜୀବନର ଯେଉଁ ସବୁ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ଉଚିତ ସେଥିପ୍ରତି ଆଦୌ ଧ୍ୟାନ ଦିଆଯାଇ ନାହିଁ। ବରଂ ସିନେମାଟି କିଭଳି ଲୋକଙ୍କୁ ଆକର୍ଷିତ କରିବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଣୁ ଏଭଳି ବାୟୋପିକ୍ ସିନେମାର ଅଙ୍ଗ ହେବାକୁ ସେ ଅନିଚ୍ଛା ପ୍ରକାଶ କରିଲେ।
ତାଙ୍କ କହିବା ଅନୁଯାୟୀ ଏହି ସିନେମାର କାହାଣୀରେ ସେଭଳି କିଛି ନାହିଁ ଯାହା ତାଙ୍କୁ ଏକ ଉଚ୍ଚତର ସୋପାନକୁ ନେବ। ତା’ଛଡ଼ା ଏହା ତାଙ୍କ କ୍ୟାରିଅରର ଏକ ଗୁରୁତ୍ୱପୂର୍ଣ୍ଣ ସିନେମା ହେବ ନାହିଁ ବୋଲି ବି ଧରି ନେଲେ ଅଭିନେତ୍ରୀ ବିଦ୍ୟା ବାଲନ । ଏହି କାରଣରୁ ସେ ଏହଥିରେ କାମ କରିବାକୁ ମନା କରି ଦେଲେ। ଏବେ ଶୁଣିବାକୁ ମିଳୁଛି ଯେ ଇତିମଧ୍ୟରେ ନିର୍ଦ୍ଦେଶକ ତିଗମାଂଶୁୁ ଧୂଲିିଆ ସେହି ଭୂମିକା ପାଇଁ ବଲିଉଡର କୁଇନ୍ କଙ୍ଗନା ରାନାଓ୍ତଙ୍କୁ ଅଫର୍ ଦେଇଛନ୍ତି। ହେଲେ କଙ୍ଗନା ସଂପ୍ରତି ‘ମଣି କର୍ଣ୍ଣିକା’ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାରୁ ଏଥି ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନଥିବା କୁହାଯାଉଛି।