ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପ୍ରାୟତଃ ଅନେକ ସମୟରେ ଟ୍ରୋଲିଂର ଶିକାର ହୁଅନ୍ତି। ଅନେକ ଥର ପ୍ରଶଂସକଙ୍କ ସହ ତାଙ୍କ ବ୍ୟବହାର ପାଇଁ ତାଙ୍କୁ ଟ୍ରୋଲ କରାଯାଏ। ଏବେ ପୁଣି ଥରେ ନିଜର ବ୍ୟବହାର ଯୋଗୁଁ କରୀନା ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି। ‌ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କରୀନା ନିଜ ପ୍ରଶଂସକଙ୍କୁ ଜାଣିଶୁଣି ଅଣଦେଖା କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।

Advertisment

ଗ୍ରାଣ୍ଡ ପ୍ରିକ୍ସ ଇଭେଣ୍ଟରେ ଭାଗ ନେବାକୁ କରୀନା ମୋନାକୋ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟର ଏକ ଭିଡିଓ ଏବେ ଭା‌ଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି ଯେ, କରୀନା କପୁର ଖାନ ବିମାନବନ୍ଦରରୁ ବାହାରକୁ ଆସୁଛନ୍ତି। ତାଙ୍କୁ ଦେଖି ତାଙ୍କର ଜଣେ ମହିଳା ପ୍ରଶଂସକ ସେଲଫି ନେବାକୁ ତାଙ୍କ ପଛେ ପଛେ ଦୌଡ଼ୁଛନ୍ତି। କିନ୍ତୁ କରୀନା ତାଙ୍କ ପ୍ରଶଂସକଙ୍କୁ ଏପରି ଭାବରେ ଅଣଦେଖା କରୁଛନ୍ତି ଯେମିତି ତାଙ୍କ ପଛରେ କେହି ନାହାଁନ୍ତି। ଅଭିନେତ୍ରୀଙ୍କ ଏଭଳି ବ୍ୟବହାରକୁ ଲୋକେ ନାପସନ୍ଦ କରିବା ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି।

ଜଣେ ଇନଷ୍ଟା ବ୍ୟବହାରକାରୀ ଟ୍ରୋଲ କରି ଲେଖିଛନ୍ତି, ଏହା ଅତ୍ୟନ୍ତ ଖରାପ। କରୀନା ବହୁତ ଖରାପ ବ୍ୟବହାର କରିଛନ୍ତି। ମହିଳାଜଣକ କେବଳ ସେଲଫି ନେବାକୁ ଚାହୁଥିଲେ। କିନ୍ତୁ ମୁଁ ବୁଝିପାରୁ ନାହିଁ କାହିଁକି ଏହି ବଲିଉଡ ଷ୍ଟାରମାନଙ୍କର ଏତେ ଅହଂକାର ଅଛି। ସେଥିପାଇଁ ମୁଁ ସେମାନଙ୍କୁ କେବେବି ପସନ୍ଦ କରେ ନାହିଁ। ଅନ୍ୟ ଜଣେ ଲେଖିଛନ୍ତି, ପ୍ରଶଂକଙ୍କ ବିନା ତୁମେ କିଛି ବି ନୁହଁ କରୀନ।