ବ୍ରହ୍ମାସ୍ତ୍ର ଟ୍ରେଲର ଦେଖି ଦର୍ଶକ ଉତ୍ସାହିତ

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ଏକ ମଲ୍‌ଟିଷ୍ଟାରର ଫିଲ୍ମ, ଯେଉଁଥିରେ ଆଲିଆ ଭଟ୍ଟ, ରଣବୀର କପୁର ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନୀ ରାୟ ବି ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମରେ ଗୋଟିଏ ପଟେ ରଣବୀର ଶିବ ଭୂମିକାରେ ଅଭିନୟ କରୁଥିବା ବେଳେ ଆଲିଆ ଈଶା ଭୂମିକାରେ ନଜର ଆସିବେ। ବଲିଉଡ୍‌ ଫ୍ୟାନ୍‌ମାନେ ଏହି ଫିଲ୍ମକୁ କେତେ ବର୍ଷ ହେଲା ଅପେକ୍ଷା କରୁଥିଲେ।

‘ବ୍ରହ୍ମାସ୍ତ୍ର’ରେ ରଣବୀର ଶିବ ହୋଇ ଜଗତକୁ ରକ୍ଷା କରିବା ଦେଖିବାକୁ ମିଳିବ। ଶିବ ରୂପରେ ସେ କିଛି ଅଲଗା କରିବେ। ଅୟାନ ମୁଖାର୍ଜୀଙ୍କ ଫିଲ୍ମରେ ଭିଜୁଆଲ ଇଫେକ୍ଟର ବି ଭରପୂର ଉପଯୋଗ କରାଯାଇଛି। ୨ ମିନିଟ୍ ୫୧ ସେକେଣ୍ଡର ଟ୍ରେଲର ଦେଖି ଆପଣ ଫିଲ୍ମର କାହାଣୀ ଭଲ ଭାବରେ ବୁଝିପାରିବେ। ଟ୍ରେଲରରେ ଆଲିଆ ଓ ରଣବୀରଙ୍କ ରୋମାନ୍ସର ଝଲକ ଦେଖିବାକୁ ମିଳୁଛି। ମୋଟ ଉପରେ କହିଲେ ଟ୍ରେଲର ମନୋରଞ୍ଜନର ଭରପୂର ଖୋରାକ ନେଇ ଆସିଛି। ପ୍ରଶଂସକମାନଙ୍କୁ ଟ୍ରେଲର ବହୁତ ପସନ୍ଦ ଆସିଛି। ତେବେ ଏହି ଟ୍ରେଲରରେ କିଙ୍ଗ୍ ଖାନ୍‌ ଥିବା ନେଇ ସ୍ପଷ୍ଟଭାବେ ଜାଣିହେଉ ନ ଥିବା ବେଳେ ସେ ମଧ୍ୟ ସଂକ୍ଷିପ୍ତ ଭୂମିକାରେ ଆସିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର