ଚପଲ ପିନ୍ଧାକୁ ନେଇ ମୁହଁ ଖୋଲିଲେ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରାକୋଣ୍ଡା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରାକୋଣ୍ଡା ତାଙ୍କର ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଥିବା ଜଣାପଡ଼ିଛି । ସେ ତାଙ୍କର ଆଗାମୀ ଫିଲ୍ମ ‘ଲିଗର୍’କୁ ପ୍ରମୋଟ୍ କରିବାରେ ଲାଗିପଡ଼ିଛନ୍ତି । ‘ଲିଗର୍’ରେ ବିଜୟ ଦେବରାକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ।

ଫିଲ୍ମର ପ୍ରମୋସନ ପାଇଁ ଉଭୟ ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି, ଯାହାକୁ ନେଇ ବିଜୟ ଦେବରାକୋଣ୍ଡାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି । ‘ଲିଗର୍’ର ପ୍ରମୋସନ ସମୟରେ ବିଜୟଙ୍କ ସରଳତା ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି । ଏହି ସମୟରେ ବିଜୟ ତାଙ୍କ ନୂଆଲୁକରେ ଆସୁଛନ୍ତି। ପାଦରେ ସାଧାରଣ ସ୍ଲିପର  ଚପଲ ପିନ୍ଧିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ । ଫିଲ୍ମ ‘ଲିଗର’ର ପ୍ରମୋସନାଲ ଇଭେଣ୍ଟରେ ବିଜୟଙ୍କ ଚପଲ ପିନ୍ଧା ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜୟ ଏତେ ବଡ ସୁପରଷ୍ଟାର୍ ହୋଇଥିଲେ ବି ସେ କାହିଁକି ଷ୍ଟାଇଲିସ୍ ଡ୍ରେସ୍ ସହିତ ଚପଲ ପିନ୍ଧୁଛନ୍ତି ତାହା ଚର୍ଚ୍ଚା ହେଉଛି। ବର୍ତ୍ତମାନ ବିଜୟ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ବାସ୍ତବରେ ବିଜୟ ଦେବରାକୋଣ୍ଡା ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ତାଙ୍କ ଚପଲ ପିନ୍ଧିବା ବିଷୟରେ କହିଥିଲେ । ସେ କହିଥିଲେ ମୋତେ ଫିଲ୍ମକୁ ୩୦ ଦିନ ପାଇଁ ପ୍ରମୋଟ୍ କରିବାକୁ ପଡିବ। ମୁଁ  ସେଥିପାଇଁ ମୁଁ ଏପରି ଏକ ଭଲ ଚପଲ କିଣିଲି ଯାହା ମୋ ଜୀବନକୁ ସହଜ କରିବାରେ ସାହାଯ୍ୟ କରେ । ମୁଁ ତାହା କରେ ଯାହା ମତେ ଭଲଲାଗେ । ତେବେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଲିଗର୍’ ୨୫ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଯାଉଛି ।

ସମ୍ବନ୍ଧିତ ଖବର