ଏତେ ଟଙ୍କା ବାଣ୍ଟୁଛ ଯଦି ଆମକୁ ୮କୋଟି ଟଙ୍କା ଦିଅ; ଫିଲ୍ମ ଫ୍ଲପ ହେବାରୁ ବିଜୟଙ୍କୁ କ୍ଷତିପୂରଣ ମାଗିଲେ ପ୍ରଯୋଜକ

ହାଇଦ୍ରାବାଦ: ନିକଟରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖୁସି’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରୁଛି ଏବଂ ଫିଲ୍ମର ରୋଜଗାରକୁ ନେଇ ବିଜୟ ବହୁତ ଖୁସି ଥିବାରୁ ନିଜ ଖୁସିକୁ ଜାହିର କରିବା ପାଇଁ ତାଙ୍କ ପ୍ରଶଂସକଙ୍କୁ ବଡ଼ ଉପହାର ଦେବେ ବୋଲି କହିଛନ୍ତି। ତାଙ୍କ ପାରିଶ୍ରମିକରୁ ତାଙ୍କ ପ୍ରଶଂସକଙ୍କୁ ୧କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ବିଜୟ।

‘ଖୁସି’ ଫିଲ୍ମ ପ୍ରଚାର କାର୍ଯ୍ୟକ୍ରମରେ ବିଜୟ ଏହି ଘୋଷଣା କରିବା ପରେ ତାଙ୍କ ପୂର୍ବ ଫିଲ୍ମର ପ୍ରଯୋଜକ ତାଙ୍କୁ ଟଙ୍କା ମାଗିଛନ୍ତି। ୨୦୨୦ରେ ବିଜୟଙ୍କ ଫିଲ୍ମ ‘ୱାର୍ଲଡ ଫେମସ ଲଭର’ ରିଲିଜ୍ ହୋଇଥିଲା। ହେଲେ ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିବାରୁ ପ୍ରଯୋଜକଙ୍କୁ ୮କୋଟିର କ୍ଷତି ସହିବାକୁ ପଡ଼ିଥିଲା। ଏବେ ବିଜୟ ତାଙ୍କ ପାରିଶ୍ରମିକରୁ ପ୍ରଶଂସକଙ୍କୁ ୧କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେବାରୁ ପ୍ରଯୋଜକ ଅଭିଷେକ ନାମା ୮କୋଟି ଟଙ୍କା ମାଗିଛନ୍ତି।

Vijay Deverakonda in trouble: World Famous Lover distributor says he lost Rs 8 crore - India Today

ଏକ୍ସରେ ଏକ ପୋଷ୍ଟ କରି ବିଜୟଙ୍କୁ ଟ୍ୟାଗ କରିବା ସହ ପ୍ରଶଂସକଙ୍କୁ ଯଦି ୧କୋଟି ଟଙ୍କା ବାଣ୍ଟୁଛ ତେବେ ଆମକୁ ୮କୋଟି ଟଙ୍କା ଦିଅ। ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ‘ୱାର୍ଲ୍ଡ ଫେମସ୍ ଲଭର’ର ଡିଷ୍ଟ୍ରିବ୍ୟୁସନ ପାଇଁ ଆମେ ୮କୋଟି ହରାଇଲୁ, କିନ୍ତୁ ଏହା ଉପରେ କେହି ପ୍ରତିକ୍ରିୟା ଦେଲେ ନାହିଁ । ବର୍ତ୍ତମାନ ଯେହେତୁ ତୁମେ ତୁମର ବଡ ହୃଦୟ ସହିତ ୧୦୦ପରିବାରକୁ ୧ଲକ୍ଷ ଲେଖାଏ ଦାନ କରୁଛ, ଦୟାକରି ଆମକୁ ଆମର କ୍ଷତିପୂରଣ ଦିଅ।

ସମ୍ବନ୍ଧିତ ଖବର