ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅନୁପମ୍ ଖେରଙ୍କ ଅଭିନୀତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ର ନିର୍ଦ୍ଦେଶକ ବିଜୟ ରତ୍ନାକର ଗୁଟ୍ଟେଙ୍କୁ ଜିଏସ୍ ଟି ଇଣ୍ଟେଲିଜେନସି ଗିରଫ କରିଥିବା ଜଣାଯାଇଛି। ବିଜୟ ରତ୍ନାକର ଗୁଟ୍ଟେଙ୍କ ବିରୋଧରେ ୩୪ କୋଟି ଟଙ୍କାର ଜିଏସ୍ ଟି ଠକେଇ ଅଭିଯୋଗ ଆସିବାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବିଜୟ ରତ୍ନାକର ଗୁଟ୍ଟେଙ୍କ କଂପାନି ଭିଆରଜି ଡିଜିଟାଲ୍ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍ ତ୍ରୁଟିପୂର୍ଣ୍ଣ ଇନ୍ ଭଏସ୍ କରି ୩୪ କୋଟି ଟଙ୍କା ଜିଏସ୍ ଟି ଠକେଇ କରିଥିବା କୁହାଯାଉଛି। ଏହିମାମଲାର ଯାଞ୍ଚ ବେଳେ ବିଜୟ ସହଯୋଗ କରୁ ନଥିବାର ମଧ୍ୟ ଅଭିଯୋଗ ଆସିଥିଲା। ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ର ନିର୍ଦ୍ଦେଶକ ବିଜୟ ରତ୍ନାକର ଗୁଟ୍ଟେଙ୍କୁ ଗିରଫ କରାଯିବାପରେ ଅଗଷ୍ଟ ୧୪ ତାରିଖ ଯାଏଁ ମୁମ୍ବାଇର ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି।
/sambad/media/post_attachments/wp-content/uploads/2018/08/a-vi-300x181.jpg)
ଏଠାରେ ସୂଚନାଯୋଗ୍ୟ ଯେ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଆଗାମୀ ଡିସେମ୍ବର ୨୧ ତାରିଖରେ ରିଲିଜ୍ ହେବାର ଯୋଜନା ରହିଛି। ଏଥିରେ ଅନୁପମ୍ ଖେର୍ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/V-GUTTE.jpg)