ଅମୀର ଖାନଙ୍କ ସହ ସ୍କ୍ରିନ୍ ସେଆର କରିବେ ଏହି ସାଉଥ୍ ସୁପରଷ୍ଟାର୍

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନଙ୍କ ନୂଆ ସିନେମାର ଟାଇଟଲ ରହିଛି ‘ଲାଲ୍‌ ସିଂହ ଚଢ଼ା’। ଏହି ସିନେମା ହେଲା ଓସ୍କାର ଆଓ୍ଵାର୍ଡ ଲାଭ କରିଥିବା ଫିଲ୍ମ ‘ଫରେଷ୍ଟ ଗଂପ୍‌’ର ରିମେକ୍‌। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦ୍ୱୈତ ଚନ୍ଦନ। ଅଦ୍ୱୈତ ଚନ୍ଦନ ପୂର୍ବରୁ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

Vijay Sethupathi and Aamir Khan
photo-indiatoday

ବହୁ ଦିନ ତଳୁ ଅମୀର ଖାନ୍‌ଙ୍କ ପାଖରେ ‘ଫରେଷ୍ଟ ଗଂପ୍‌’ର ରିମେକ୍‌ ରାଇଟ୍‌ସ ଥିଲା। ଏବେ ଏହି ସିନେମା ସଂପର୍କରେ ଆଉ ଏକ ବଡ଼ ଖୁଲାସା ହୋଇଛି ଯେ ଏଥିରେ ତାମିଲ ସିନେମାର ଜଣାଶୁଣା ଅଭିନେତା ବିଜୟ ସେତୁପତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏଥିରେ କରୀନା କପୁର ନାୟିକା ଭୂମିକାରେ ଅଛନ୍ତି।

ସବୁଠାରୁ ବଡ଼ କଥା ହେଲା ଯେ ୨୦୨୦ ମସିହା ଦୀପାବଳି ଅବସରରେ ଏହି ସିନେମା ରିଲିଜ୍‌ ହେବ। ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ସୁପରଫ୍ଲପ୍‌ ହେବା ପରେ ଅମୀର ଖାନ୍‌ କେଉଁ ଫିଲ୍ମରେ କାମ କରିବେ,ତା’କୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ‘ଲାଲସିଂହ ଚଢ଼ା’ଫିଲ୍ମ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ସମ୍ବନ୍ଧିତ ଖବର