ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ଅଭିନେତା ବିଜୟ ବର୍ମା ପୁଣି ଥରେ ଚର୍ଚ୍ଚାରେ। ୨୦୨୨ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବାର ଚର୍ଚ୍ଚା ଜୋର ଧରିଥିଲା। ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବ୍ରେକଅପ ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବ୍ରେକଅପ୍ ଖବର ଉପରେ ତମନ୍ନା ଏବଂ ବିଜୟ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ବିଜୟ ଆଉ ଜଣେ ଅଭିନେତ୍ରୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି।
କୁହାଯାଉଛି ଯେ, ବିଜୟ ଏବେ ଅଭିନେତ୍ରୀ ଫାତିମା ସନା ଶେଖ୍ଙ୍କୁ ଡେଟ୍ କରୁଛନ୍ତି। ମୁମ୍ବାଇର ଏକ କାଫେ ବାହାରେ ଦୁହିଁଙ୍କୁ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହେଁ ପରସ୍ପରକୁ ଦେଖି ହସୁଥିବା ସହ ଆଲିଙ୍ଗନ କରୁଥିବାର ଦେଖାଯାଇଥିବା ସାମ୍ନାକୁ ଆସିଛି।
ସୋସିଆଲ ମିଡିଆରେ ସେମାନଙ୍କର ଭିଡିଓ ଭାଇରାଲ ହେବା ପରେ ସେମାନେ ପ୍ରକୃତରେ ପ୍ରେମ ସମ୍ପର୍କରେ ଅଛନ୍ତି କି ନାହିଁ ସେ ନେଇ ଲୋକେ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ବିଜୟ କିମ୍ବା ଫାତିମା ସେମାନଙ୍କ ସମ୍ପର୍କ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/25/tthbfd-2025-06-25-12-24-17.jpg)