ନୂଆଦିଲ୍ଲୀ: ପରସ୍ପରକୁ ଡେଟ୍ କରୁଛନ୍ତି ଅଭିନେତା ବିଜୟ ବର୍ମା ଓ ଅଭିନେତ୍ରୀ ତମନ୍ନା ଭାଟିଆ। ଭାଇରାଲ ହେଲା ଗୋଆରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଭିଡିଓ। କିଛି ଦିନ ପୂର୍ବରୁ ବିମାନବନ୍ଦରରେ ଦୁହେଁ ଏକା ସାଙ୍ଗରେ ନଜର ଆସିଥିଲେ। ଏହା ସହ ଅଭିନେତା ବିଜୟ ବର୍ମା ଡିସେମ୍ବର ୨୧ରେ ତମନ୍ନାଙ୍କ ଜନ୍ମଦିନରେ ତାଙ୍କ ଘରକୁ ଯାଇଥିବା ଦେଖାଯାଇଥିଲା।
FilmiBeat
ଏସବୁକୁ ଘଟଣା ପରେ ଏବେ ଦୁହିଁଙ୍କ ଭିଡିଓ ଭାଇରାଲ ହେବାରୁ ବିଜୟ-ତମନ୍ନା ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ଜୋର ଧରିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ନୂଆ ବର୍ଷର ସ୍ବାଗତ ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ବାଣ ଫୁଟୁଥିବା ସହ ସମସ୍ତେ ନୃତ୍ୟୁ କରୁଛନ୍ତି। ବିଜୟ ଓ ତମନ୍ନା ଗୋଟିଏ କୋଣରେ ଛିଡା ହୋଇ ପରସ୍ପରକୁ ଆଲିଙ୍ଗନ କରିବା ସହ ପରସ୍ପରକୁ ଚୁମ୍ବନ ଦେଉଛନ୍ତି।
ତେବେ ଫଟୋ ସହ ଭିଡିଓ ଭାଇରାଲ ହୋଇଥିଲେ ବି ଦୁହେଁ ଏପର୍ଯ୍ୟନ୍ତ ନିଜ ସମ୍ପର୍କକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ବିଜୟଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ 'ଡାର୍ଲିିଂ'ରେ ନଜର ଆସିଥିବା ବେଳେ ଆଗକୁ ଅଭିନେତ୍ରୀ କରୀନା କପୁରଙ୍କ ସହ କାମ କରିବେ। ସୁଜୋଏ ଘୋଷଙ୍କ 'ଦ ଡିଭୋସନ ଅଫ୍ ସସପେକ୍ଟ ଏକ୍ସ'ରେ ସେ କରୀନାଙ୍କ ସହ କାମ କରିବେ ବୋଲି ଜଣାପଡ଼ିଛି। ଏହା ସହ ସେ 'ମିର୍ଜାପୁର'ର ତୃତୀୟ ସିରିଜରେ ନଜର ଆସିବା ସହ ଓଟିଟି ସିରିଜ 'ଦହାଡ'ରେ ମଧ୍ୟ ନଜର ଆସିବେ।
ତମନ୍ନାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ସେ ତେଲୁଗୁ ଚଳଚ୍ଚିତ୍ର 'ଭୋଲା ଶଙ୍କର', ହିନ୍ଦୀ ଚଳଚ୍ଚିତ୍ର 'ବୋଲେ ଚୁଡିୟାନ୍' ଏବଂ ମାଲାୟାଲମ୍ ଚଳଚ୍ଚିତ୍ର 'ବାନ୍ଦ୍ରା'ରେ ନଜର ଆସିବେ।