ନିଜକୁ ‘ବାଇସେକ୍ସୁଆଲ୍’ ବୋଲି କହିଲେ ବିକାଶ ଗୁପ୍ତା, ମିଳିଲା ଅନେକ ସମର୍ଥନ
ମୁମ୍ବାଇ: ଯେଉଁ ସମାଜରେ ନିଜକୁ ବାଇସେକ୍ସୁଆଲ୍(ଉଭୟଲିଙ୍ଗୀ) ବୋଲି ପ୍ରକାଶ କରିବାକୁ ଏବେ ବି ଲୋକେ ସଙ୍କୋଚ କରନ୍ତି ସେଠାରେ ଗର୍ବର ସହ ନିଜ ସଂପର୍କିତ ଏପରି ଏକ କଥାର ଖୁଲାସା କରିଛନ୍ତି ମେଗା ରିୟଲିଟି ବିଗ୍ବସ୍ ପ୍ରତିଯୋଗୀ ତଥା ଟିଭି ପ୍ରଯୋଜକ ବିକାଶ ଗୁପ୍ତା। ସେ ତାଙ୍କର ଟ୍ବିଟର୍ ଓ ଇନ୍ଷ୍ଟା ଆକାଉଣ୍ଟ୍ ଜରିଆରେ ନିଜକୁ ବାଇସେକ୍ସୁଆଲ୍ ବୋଲି ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Hi Just wanted to let you know a tiny detail about me. I fall in love with the human regardless of their gender. There r more like me. With #Pride I am Bisexual #VikasGupta PS No more being blackmailed or bullied #priyanksharma #ParthSamthaan ThankU for forcing me to come out 😊 pic.twitter.com/0N403EDukp
— Vikas Guppta (@lostboy54) June 20, 2020
ସେ କହିଛନ୍ତି କି କିଛି ଲୋକ ମୋତେ ବହୁ ଦିନ ଧରି ଡରାଇ ଆସୁଛନ୍ତି, ବ୍ଲାକ୍ମେଲ୍ କରି ଆସୁଛନ୍ତି। ମାତ୍ର ମୋର ଏବେ ଡରିବାର ନାହିଁ। ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘ମୁଁ ଆପଣମାନଙ୍କୁ ଏକ ଛୋଟ କଥା କହିବାକୁ ଯାଉଛି। ମୁଁ ବିନା ଲିଙ୍ଗ ଦେଖି ମଣିଷକୁ ପ୍ରେମ କରୁଛି। ମୋ ପରି ଆହୁରି ଅନେକ ଅଛନ୍ତି। ମୁଁ ଗର୍ବର ସହ କହୁଛି କି ମୁଁ ଜଣେ ବାଇସେକ୍ସୁଆଲ୍। ମୋତେ ଆଉ କେହି ବ୍ଲାକ୍ମେଲ୍ କରିପାରିବେ ନାହିଁ। ଧନ୍ୟବାଦ ମୋତେ ଏକଥା ଖୋଲି କହିବାକୁ ବାଧ୍ୟ କରିଥିବାରୁ।’ ସେ ତାଙ୍କ ପୋଷ୍ଟ୍ରେ ପ୍ରିୟଙ୍କ ଶର୍ମା ଓ ପାର୍ଥ ସମଥାନ୍ଙ୍କୁ ଟ୍ୟାଗ୍ କରିଛନ୍ତି।
ବିକାଶଙ୍କର ଏହି ପୋଷ୍ଟ୍କୁ ଅନେକ ସୋସିଆଲ୍ ମିିଡିଆ ବ୍ୟବହାରକାରୀ ସମର୍ଥନ ଦେଇଛନ୍ତି। ଏପରିକି ବିକାଶ ଇନ୍ଷ୍ଟାରେ ମଧ୍ୟ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ତାଙ୍କୁ ସମର୍ଥନ ଦେଇଥିବାରୁ ସେ କରନ କୁନ୍ଦ୍ରା ଓ ଏକ୍ତା କପୁରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ତାଙ୍କ ପୋଷ୍ଟ୍ରେ।