ରୁଷୀୟ ଯୁବତୀ ଡାକି ସତୀଶଙ୍କୁ ଯୌନ ଉତ୍ତେଜକ ଔଷଧ ଦେଇଦେବି, ମରିଗଲେ ଟଙ୍କା ଦେବାକୁ ପଡ଼ିବନି; ପତ୍ନୀକୁ କହିଥିଲେ ବିକାଶ

ନୂଆଦିଲ୍ଲୀ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକେ କହୁଥିବା ବେଳେ ପ୍ରାରମ୍ଭିକ ବ୍ୟବଚ୍ଛେଦ ରିପୋର୍ଟରେ ବି ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ହେଲେ ଏବେ ସତୀଶଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼ ଆସିଛି। ୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ ସତୀଶ କୌଶିକଙ୍କ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହେବା ପରେ ଘଟଣା ନୂଆ ମୋଡ ନେଇଛି।

ହୋଲି ପାର୍ଟି ହୋଇଥିବା ଫାର୍ମ ହାଉସର ମାଲିକ ତଥା ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ଉପରେ ଏହି ଆରୋପ ଲାଗିଛି। ଆଉ କେହି ନୁହନ୍ତି ବରଂ ବିକାଶଙ୍କ ପତ୍ନୀ ଏହି ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ନିକଟକୁ ପଠାଯାଇଥିବା ଅଭିଯୋଗରେ ବ୍ୟବସାୟୀ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀ ସାନବୀ ମାଲୁ ଲେଖିଛନ୍ତି ଯେ ମୁଁ ମାର୍ଚ୍ଚ ୧୩, ୨୦୧୯ ରେ ବିକାଶ ମାଲୁଙ୍କୁ ବିବାହ କରିଥିଲି। ବିକାଶ ହିଁ ମୋତେ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ସହ ପରିଚିତ କରାଇଥିଲେ। ସେ ଭାରତ ଏବଂ ଦୁବାଇରେ ଆମ ପରିବାରର ନିୟମିତ ଅତିଥି ଥିଲେ। ଅଗଷ୍ଟ ୨୩, ୨୦୨୨ ରେ, ସତୀଶ କୌଶିକ ଦୁବାଇରେ ଥିବା ଆମ ଘରକୁ ଆସିଥିଲେ। ଏହି ସମୟରେ ସେ ଦେଇଥିବା ୧୫କୋଟି ଟଙ୍କା ବିକାଶଙ୍କୁ ମ‌ାଗିଥିଲେ। ମୁଁ ସେହି ସମୟରେ ଡ୍ରଇଂ ରୁମରେ ଉପସ୍ଥିତ ଥିଲି। ଊଭୟଙ୍କ ମଧ୍ୟରେ ଟଙ୍କାକୁ ନେଇ ଯୁକ୍ତିତର୍କ ହୋଇଥିଲା। କୌଣସି ବ୍ୟବସାୟରେ ବିନିଯୋଗ କରିବାକୁ ସତୀଶ ତିନି ବର୍ଷ ପୂର୍ବେ ବିକାଶଙ୍କୁ ୧୫କୋଟି ଟଙ୍କା ଦେଇଥିଲେ। କିନ୍ତୁ ବିକାଶ ଟଙ୍କା ଆଣି କୌଣସି ବ୍ୟବସାୟରେ ବିନିଯୋଗ ନକରି ଏହାକୁ ଖର୍ଚ୍ଚ କରିଥିଲେ।

ସେ ଆହୁରି କହିଛନ୍ତି ଯେ, ସତୀଶଜୀ ଘରୁ ଯିବା ପରେ ମୁଁ ଟଙ୍କା ବିଷୟରେ ବିକାଶଙ୍କୁ ପଚାରିଥିଲି। ସେ କହିଥିଲେ ସତୀଶଙ୍କଠାରୁ ଆଣିଥିବା ଟଙ୍କା କରୋନା ସମୟରେ ବୁଡ଼ିଗଲା। ସମୟ ଦେଖି ରୁଷୀୟ ଯୁବତୀ ଡାକି ସତୀଶଙ୍କୁ ଯୌନ ଉତ୍ତେଜକ ଔଷଧ ଦେଇଦେବି। ତା’ପରେ ସେ ମରିଯିବେ। କିଏ ଟଙ୍କା ଫେରସ୍ତ କରିବ।

ସମ୍ବନ୍ଧିତ ଖବର