ଏହି ନିର୍ଦ୍ଦେଶକଙ୍କ ଚକକରରେ ପଡ଼ି ନିଜ କ୍ୟାରିଅର୍‌ ବରବାଦ୍‌ କରିଥିଲେ ଅମିଷା ପଟେଲ୍‌

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ରୁ କରିନା କପୁର ଓହରି ଯାଇଥିଲେ। ତା’ପରେ ସେହି ଭୂମିକାଟି ମିଳିଥିଲା ସୁଇଟ୍‌ ଅମିଷା ପଟେଲ୍‌ଙ୍କୁ। ଅମିଷା ତାଙ୍କ ଅଭିନୀତ ପ୍ରଥମ ସିନେମା ‘କହୋ ନା ପ୍ୟାର୍‌ ହେ’ରେ ଷ୍ଟାର୍‌ ବନିଗଲେ।
ଅମିଷା ପଟ୍ଟେଲ୍‌ଙ୍କର ଦ୍ୱିତୀୟ ସିନେମା ଥିଲା ‘ଗଦ୍ଦର ଏକ ପ୍ରେମ୍‌ କଥା’।ଏହା ବି ବ୍ଲକବଷ୍ଟର ହୋଇଥିଲା। ଏହାପରେ ତାଙ୍କର ଫିଲ୍ମଗୁଡ଼ିକ ଲଗାତାର ଫ୍ଲପ୍‌ ହେବାରେ ଲାଗିଥିଲା।
ସେହି ସମୟରେ ଜଣାଶୁଣା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟ୍ଟେଲ୍‌ ‘ଆପ୍‌ ମୁଝେ ଅଛେ ଲଗ୍‌ନେ ଲଗେ’ରେ କାମ କରିଲେ। ସେହି ଫିଲ୍ମର ସୁଟିଂ ସେଟ୍‌ରେ ହିଁ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟେଲ୍‌ଙ୍କର ଆଫେଆର୍‌ ଚର୍ଚ୍ଚାର ବିଷୟ ହେଲା।


ବିକ୍ରମ ଭଟ୍ଟ ଥିଲେ ବିବାହିତ ଓ ଅମିଷାଙ୍କ ଠାରୁ ବୟସରେ ଆଠ ବର୍ଷ ବଡ଼। ସେହି ସମୟରେ ଚର୍ଚ୍ଚା ହୋଇଥିଲା ଯେ,ବିକ୍ରମ ଓ ଅମିଷା ବାହା ହେବେ। ଉଭୟଙ୍କର ପ୍ରେମ ସଂପର୍କ ପ୍ରାୟ ପାଞ୍ଚ ବର୍ଷ ଧରି ରହିଲା। କିନ୍ତୁ ତା’ ପରେ ଦୁହେଁ ପରସ୍ପରଠୁଁ ଦୂରେଇ ଯାଇଥିଲେ। ଆହୁରି ମଧ୍ୟ କୁହାଯାଏ ବିକ୍ରମ ଭଟ୍ଟଙ୍କ ସହ ଆଫେଆର୍‌ ଚକ୍‌କରରେ ପଡ଼ି ଅମିଷା ପଟେଲ୍‌ ତାଙ୍କର କ୍ୟାରିଅର୍‌କୁ ବରବାଦ୍‌ କରିଥିଲେ।

ସମ୍ବନ୍ଧିତ ଖବର