ମୁମ୍ବାଇ : ବଲିଉଡ୍ କଳାକାର ଏବଂ ଫିଲ୍ମ ନିର୍ମାତାମାନଙ୍କର କିଛି ଅଜବ ଅଭ୍ୟାସ ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ପୂର୍ବରୁ ଅନେକ କଳାକାରଙ୍କ ବିଷୟରେ ଆମେ ଜାଣିବାକୁ ପାଇଥିବା ବେଳେ ଏବେ ଜଣେ ଫିଲ୍ମ ନିର୍ମାତା ମନ୍ଦିର ଯାଆନ୍ତି ନାହିଁ ବୋଲି ଜଣାପଡ଼ିଛି । ଲୋକପ୍ରିୟ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏକ ଜ୍ୟୋତିଷ ଆପ୍ର ପ୍ରଚାର କରୁଥିବା ବେଳେ ତାଙ୍କ ବିଷୟରେ ଏହି କଥା ସମସ୍ତେ ଜାଣିବାକୁ ପାଇଥିଲେ ।
/sambad/media/post_attachments/wp-content/uploads/2018/07/images-4-1.jpg)
ସୂଚନା ମୁତାବକ, ବିକ୍ରମ ଭଟ୍ଟଙ୍କ ଭୂପେଶ ଶର୍ମା ନାମକ ଜଣେ ସାଙ୍ଗ ଏକ ଜ୍ୟୋତିଷ ଆପ୍ ବାହାର କରିଛନ୍ତି, ଯାହାର ଆମ୍ବାସାଡ଼ର ବନିଛନ୍ତି ବିକ୍ରମ ଭଟ୍ଟ । ଏହି ଆପ୍ ମାଧ୍ୟମରେ ଲୋକମାନେ ନିଜ ଭବିଷ୍ୟ ବିଷୟରେ ପଚାରି ବୁଝି ପାରିବେ । ଏହି ଆପ୍ ବିଷୟରେ କହୁଥିବା ସମୟରେ ସେ ମନ୍ଦିର ଯିବା ବନ୍ଦ କରିବା ପଛର କାରଣ କହିଥିଲେ । ଥରେ ସେ ତେଲ ଏବଂ ମଶୁର ଡ଼ାଲି ନେଇ ଶନି ମନ୍ଦିର ପୂଜା କରିବା ପାଇଁ ଯାଇଥିଲେ । ଏହି ସମୟରେ ସେ ଶନି ଦେବଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିବାରୁ ମନ୍ଦିରର ପୂଜାରୀ ତାଙ୍କୁ ଏପରି କରିବାକୁ ମନା କରି ଦେଇଥିଲେ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ତୃତୀୟ ମଣିଷ ରହିବା ଅନୁଚିତ୍ ବୋଲି ଭାବିବା ସହ ସେହି ଦିନଠାରୁ ସେ ମନ୍ଦିର ଯିବା ବନ୍ଦ କରି ଦେଇଥିଲେ ବୋଲି କହିଥିଲେ ।